ଓଡିଶା

odisha

ETV Bharat / state

ସାମାନ୍ୟ ପରିବାଚାଷ ନଷ୍ଟ ପାଇଁ ନାବାଳକକୁ ନିର୍ମମ ହତ୍ୟା

ଭୁଲିଗଲା ମଣିଷପଣିଆ । ସାମାନ୍ୟ ପରିବା ଚାଷ ଛେଳି ଖାଇଯିବାରୁ ଜଣେ 8 ବର୍ଷର ନାବାଳକକୁ ନିର୍ମମ ଭାବେ ହତ୍ୟା କଲା ଅଭିଯୁକ୍ତ ଲାଲମୋହନ ତିରିଆ। ଅଧିକ ପଢନ୍ତୁ...

ସାମାନ୍ୟ ପରିବା ଚାଷ ନଷ୍ଟ ଯୋଗୁଁ ଜଣେ ନାବାଳକକୁ ନିର୍ମମ ଭାବେ ହତ୍ୟା କଲା ଜମି ମାଲିକ
ସାମାନ୍ୟ ପରିବା ଚାଷ ନଷ୍ଟ ଯୋଗୁଁ ଜଣେ ନାବାଳକକୁ ନିର୍ମମ ଭାବେ ହତ୍ୟା କଲା ଜମି ମାଲିକ

By

Published : Dec 16, 2020, 7:57 AM IST

ରାଇରଙ୍ଗପୁର: ମଣିଷ ଯେ ଏତେ କ୍ରୂର ହୋଇପାରେ ତାହା 8 ବର୍ଷର ନାବାଳକ ହତ୍ୟା ଘଟଣାରୁ ସ୍ପଷ୍ଟ ବାରି ହେଉଛି । ସାମାନ୍ୟ ବିଲାତି ଓ ଶାଗ ପାଇଁ ଜଣେ ନାବାଳକକୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରିବା ବାଡିରେ ଛେଳି ପଶି ବିଲାତି ଓ ଶାଗ ଖାଇଦେବାରୁ ହତ୍ୟା କରିଥିବା ସ୍ବୀକାର କରିଛି ହତ୍ୟାକାରୀ ଲାଲ ମୋହନ ତିରିଆ।

ସାମାନ୍ୟ ପରିବା ଚାଷ ନଷ୍ଟ ଯୋଗୁଁ ଜଣେ ନାବାଳକକୁ ନିର୍ମମ ଭାବେ ହତ୍ୟା କଲା ଜମି ମାଲିକ

ସୂଚନାନୁସାରେ, ଗତ ରବିବାର 8 ବର୍ଷର ନାବାଳକ ଦଶରଥ ହେମ୍ବ୍ରମଙ୍କ କ୍ଷତାକ୍ତ ମୃତଦେହ ମୟୂରଭଞ୍ଜ ବାଦାମପାହାଡ ଥାନା ଅନ୍ତର୍ଗତ ବାସାଘୁଟୁ ଓ ତୁଣ୍ଟିପାଣି ଗାଁ ସୀମାରେ ଥିବା ରାସ୍ତା କଡରେ ପଡ଼ିଥିଲା। ମୃତ ନାବାଳକ ଜଣକ ଶନିବାର ଗାଁ ପିଲାଙ୍କ ସହ ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ତେବେ ପରିବାର ଲୋକେ ଖୋଜାଖୋଜି କରି ରବିବାର ପୂର୍ବାହ୍ନ ସମୟରେ ରାସ୍ତା କଡରୁ ନାବାଳକଙ୍କ କ୍ଷତାକ୍ତ ମୃତଦେହ ଦେଖି ବାଦାମପାହାଡ ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲା।

ତେବେ ନାବାଳକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବାସାଘୁଟୁ ଗାଁର ଲାଲ ମୋହନ ତିରିଆକୁ ସନ୍ଦେହ କରି ପୋଲିସ ଥାନାକୁ ଆଣି ପଚରାଉଚରା କରିଥିଲା। ପୂର୍ବରୁ ମୃତକଙ୍କ ଛେଳି ଲାଲ ମୋହନଙ୍କ ପରିବା ବାଡିରେ ପଶି ବିଲାତି ଓ ଶାଗ ଖାଇ ଦେଇଥିବାରୁ କ୍ରୋଧର ବଶବର୍ତ୍ତୀ ହୋଇ ଲାଲମୋହନ ନାବାଳକକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details