ରାଇରଙ୍ଗପୁର: ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗାଇ ଚରାଳୀ ନାବାଳକର ମୃତ୍ୟୁ ହୋଇଛି । ଏନେଇ ବିଦ୍ୟୁତ ବିଭାଗର ଜେଇ ଓ ଲାଇନ ମ୍ୟାନଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି।
ଗତ ଶନିବାର ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପାଖ ଖୁଣ୍ଟାପୋଷି ଗ୍ରାମରେ ଥିବା ଏକ ପୋଖରୀ ଆଡି ଉପରେ ୧୧କେଭି ବିଦ୍ୟୁତ୍ ତାର ଖୁଣ୍ଟରୁ ତଳକୁ ଝୁଲି ରହିଥିଲା । ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗାଇ ଚରାଉଥିବା ନାବାଳକର ମୃତ୍ୟୁ ଘଟିଥିଲା। ଏ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଅବରୋଧ କରିଥିଲେ। କ୍ଷତିପୂରଣ ମିଳିବା ପରେ ରାସ୍ତା ଅବରୋଧରୁ ହଟିଥିଲେ ସ୍ଥାନୀୟ ଲୋକେ।