ଓଡିଶା

odisha

ETV Bharat / state

ଗୁପ୍‌ଚୁପ୍‌ ବ୍ୟବସାୟୀ ହତ୍ୟା ମାମଲା, ଦୋଷୀକୁ ଆଜୀବନ କାରାଦଣ୍ଡ - ରାଇରଙ୍ଗପୁର ସିଭିଲ କୋର୍ଟରେ ହତ୍ୟା ମାମଲା ଶୁଣାଣି

ଗୁପ୍‌ଚୁପ୍‌ ବ୍ୟବସାୟୀକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ । ୨୦୧୮ ମସିହାରେ ଘଟିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ଗୁପଚୁପ ବ୍ୟବସାୟୀକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ
ଗୁପଚୁପ ବ୍ୟବସାୟୀକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ

By

Published : Apr 20, 2022, 10:37 PM IST

ରାଇରଙ୍ଗପୁର: ଗୁପ୍‌ଚୁପ୍‌ ବ୍ୟବସାୟୀକୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ମାନ୍ୟବର କୋର୍ଟ । ସମସ୍ତ ତଥ୍ୟ ଓ ୧୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସିଭିଲ କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର, ଆସାମୀ ବୁଧୁରାମ ବିନ୍ଧାଣୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୧୦ ହଜାର ଟଙ୍କା ଅନାଦେୟ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ରାୟ ପ୍ରକାଶ ପାଇବା ପରେ ଆସାମୀ ବୁଧୁରାମକୁ ରାଇରଙ୍ଗପୁର ଉପକାରାଗାର ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ, ୧୮/୦୨/୨୦୧୮ ରେ ଦିନ ଦ୍ୱିପ୍ରହରରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଠାକୁରାଣୀବେଡାର ଗୁପଚୁପ ବ୍ୟବସାୟୀ ସଚ୍ଚିନ୍ଦ୍ର ପ୍ରସାଦ ମହାନ୍ତ ସାମଗ୍ରୀ କିଣିବାକୁ ଦୋକାନକୁ ଯାଉଥିବା ସମୟରେ ବୁଧୁରାମ ବିନ୍ଧାଣୀ ତାଙ୍କୁ ଆକ୍ରମଣ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଶାଗୁଆନ କାଠ ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଅତର୍କିତ ପ୍ରହାର କରିଥିଲା ବୁଧୁରାମ ।

ଫଳରେ ସଚ୍ଚିନ୍ଦ୍ରଙ୍କ ମୁଣ୍ଡଫାଟି ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରଥମେ ରାଇରଙ୍ଗପୁର ଡାକ୍ତରଖାନା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହିତ ପୋଲିସ ଅଭିଯୁକ୍ତ ବୁଧୁରାମକୁ ଗିରଫ କରିଥିଲା । ଆଜି(ବୁଧବାର) ମାମଲାର ରାୟ ପ୍ରକାଶ ପାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details