ଓଡିଶା

odisha

ETV Bharat / state

ପୁଣି କରଞ୍ଜିଆରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ - ମୟୁରଭଞ୍ଜ ଜିଲ୍ଲାରେ ଦୁଷ୍କର୍ମ ମାମଲା

ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ଲଜ୍ଜା । ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ ।

a man arrested in rape case
ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

By

Published : Dec 5, 2019, 7:41 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ଧିରେ ଧିରେ ଦୁଷ୍କର୍ମ ମାମଲା ବଢିବାକୁ ଲାଗିଛି । ଅନ୍ୟପଟେ କରଞ୍ଜିଆ ଥାନା ଅଞ୍ଚଳରେ ଏହାର ମାତ୍ରା ଅଧିକ ରହିଥିବା ବେଳେ ପୋଲିସ ପାଇଁ ବର୍ତ୍ତମାନ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି ।

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କରଞ୍ଜିଆ ଥାନା ଅଧୀନରେ ଥିବା ଚାଇଁନେବଦା ଗ୍ରାମର ଗଣେଶ୍ୱର ମହାନ୍ତି ନାମକ ଯୁବକକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ । ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ୫ ମାସର ଗର୍ଭବତୀ କରିଥିବା ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ କରଞ୍ଜିଆ ଥାନାରେ ।

ଅଭିଯୋଗକୁ ଭିତ୍ତିକରି ୧୮୬/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରିବା ପରେ ଗୁରୁବାର କୋର୍ଟ ଚାଲାଣ କରିଛି କରଞ୍ଜିଆ ଥାନା ପୋଲିସ । ସେହିପରି ପୀଡିତାକୁ ମଧ୍ୟ ଡାକ୍ତରୀ ମାଇନା ପରେ ଘରେ ଛାଡ଼ି ଦେଇଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details