ରାଇରଙ୍ଗପୁର: ନକଲି ମଦ ତିଆରି କାରଖାନାରେ ଚଢ଼ାଉ । ନକଲି ମଦରେ ଅସଲି ବ୍ରାଣ୍ଡର ଷ୍ଟିକର । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି ।
ସୂଚନା ଅନୁସାରେ ପୁରୁଣାପାଣି ଗାଁରେ ଗୋଟିଏ ଘର ଭିତରେ ଚାଲିଥିବା ନକଲି ବିଦେଶୀ ମଦ ତିଆରି କାରଖାନାରେ ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରିଛି । ନକଲି ମଦରେ ଅସଲି କମ୍ପାନୀ ମଦର ବ୍ରାଣ୍ଡ ଷ୍ଟିକର ମାରି ମଦ ଚାଲାଣ କରୁଥିବା ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ବିଶେଷ ସୂତ୍ରରୁ ଖବର ପାଇଥିଲେ ।