ବାରିପଦା : ଜଣେ ବାପା ତାର ଜନ୍ମ କଲା ପୁଅକୁ ଅତି ନିଷ୍ଠୁର ଭାବେ ପଥରରେ ଛେଚି ହତ୍ୟା କରିଛି । ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଚେପ ଦେହୁରୀ ତାର ପାଞ୍ଚ ବର୍ଷର ପୁଅ ସୁଦନ ଦେହୁରୀ କୁ ପଥର ରେ ଛେଚି ହତ୍ୟା କରିଛି ।
ହତ୍ୟାକାରୀ ସୁଦନର ଘର କୁଳିଅଣା ଥାନା ବାଲି ଡ଼ିହା ଗ୍ରାମର ହୋଇଥିବା ବେଳେ ତାର ସ୍ତ୍ରୀ ଓ ପିଲାମାନେ ଶଶୁର ଘରେ ବେଲଡୁଙ୍ଗୁରି ରେ ରହୁଥିଲେ । ସେ ମଝିରେ ମଝିରେ ସ୍ତ୍ରୀ ପାଖକୁ ଆସୁଥିଲେ । ପୂର୍ବରୁ ସ୍ବାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ହେଉଥିଲା। ତେବେ ଚେପ ହେହୁରୀ ଶଶୁର ଘରକୁ ଆସି ସ୍ତ୍ରୀକୁ ଘରେ ନ ପାଇବାରୁ ରାଗ ଚଢିଯାଇଥିଲା ଏବଂ ଆଈ ପାଖରେ ଶୋଇଥିବା ପାଞ୍ଚ ବର୍ଷ ର ପୁଅକୁ ଘୋଷାରି ଆଣି ପଥର ରେ ଛେଚି ମାରିଦେବା ପରେ ଦୂରକୁ ଫିଙ୍ଗିବା ପାଇଁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀ ମାନେ ତାକୁ କାବୁ କରି ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ ।