ରାଇରଙ୍ଗପୁର:ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭିବାର ନାଁ ଧରୁ ନଥିବାବେଳେ ନିଆଁ ତାପରୁ ରକ୍ଷା ପାଇବା ପାଇଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ମଙ୍ଗଳବାର ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବୃନ୍ଦେଇପୋଷି ଗାଁରେ ଏକ ହରିଣ ଉଦ୍ଧାର କରାଯାଇଛି ।
ନିଆଁରୁ ବର୍ତ୍ତିବା ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ, ହରିଣ ଉଦ୍ଧାର
ମଙ୍ଗଳବାର ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ବୃନ୍ଦେଇପୋଷି ଗାଁରେ ଏକ ହରିଣ ଉଦ୍ଧାର । ଅଧିକ ପଢନ୍ତୁ...
ନିଆଁରୁ ବର୍ତ୍ତିବା ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ, ହରିଣ ଉଦ୍ଧାର
ଗତ ଫେବୃୟାରୀ 9 ତାରିଖରୁ ଶିମିଳିପାଳରେ ନିଆଁ ଲାଗିଛି । ଇତିମଧ୍ୟରେ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ନିଆଁକୁ ଆୟତ୍ତ କରିପାରୁନି ବନ ବିଭାଗ । ଯାହାର ପ୍ରଭାବ ପଡିଛି ମୟୂରଭଞ୍ଜ ଜିଲ୍ଲାରେ । ନିଆଁରୁ ରକ୍ଷା ପାଇବା ପାଇଁ ବୃନ୍ଦେଇପୋଷି ଗାଁକୁ ପଶି ଆସିଥିବା ଏକ ହରିଣକୁ ଉଦ୍ଧାର କରାଯାଇଛି । ଏହି ହରିଣଟି ଗାଁର ବିଜୁ ମହାରଣାଙ୍କ ଘରେ ପଶିଥିଲା । ଖବର ପାଇ ବନ ବିଭାଗ ହରିଣଟିକୁ ଉଦ୍ଧାର କରିଛି । ତେବେ ହରିଣଟି ଅସୁସ୍ଥ ଥିବା ସୂଚନା ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ