ଓଡିଶା

odisha

By

Published : Mar 19, 2020, 4:45 PM IST

ETV Bharat / state

ଛାତ୍ରୀନିବାସରୁ 6 ଫୁଟ ନାଗସାପ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ଲାଲମୋହନ ପତି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରୁ ଏକ ନାଗ ସାପକୁ ଉଦ୍ଧାର କରାଯାଇଛି।

mayurbhanj
6 ଫୁଟ ନାଗ ସାପ ଉଦ୍ଧାର

ମୟୁରଭଞ୍ଜ: ଛାତ୍ରୀ ନିବାସରୁ ନାଗ ସାପ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ଲାଲମୋହନ ପତି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରୁ ଏକ ନାଗ ସାପକୁ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରିବା ପରେ ଶିମିଳିପାଳ ଅଭୟାରଣ୍ୟରେ ଛାଡିଦେଇଥିବା ଜଣାପଡିଛି ।

6 ଫୁଟ ନାଗ ସାପ ଉଦ୍ଧାର

ଛାତ୍ରୀନିବାସରୁ ଉଦ୍ଧାର କରାଯାଇଥିବା ନାଗସାପର ଲମ୍ବ ୬ଫୁଟ ରହିଛି । ସୂଚନା ମୁତାବକ, କୋରୋନା ପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରିଥିବାବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜର ରଖି ସେମାନଙ୍କୁ ହଷ୍ଟେଲରେ ରହିବା ପାଇଁ ଅନୁମତି ଦେଇଛନ୍ତି।

ତେବେ ଏହି ଛାତ୍ରୀନିବାସରେ ଝରକା ଦେଇ ଏକ ବିରାଟକାୟ ନାଗସାପ ଭିତରେ ପସି ଯାଇଥିବାର ଦେଖି ଛାତ୍ରୀମାନେ ଭୟଭିତ ହୋଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଖବର କରିଥିଲେ ଏବଂ ପ୍ରଧାନ ଶିକ୍ଷକ ଖବର ପାଇ ତୁରନ୍ତ ଏବାବଦରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଚ୍ଛାଏତ ପହଞ୍ଚି ଏହି ବିରାଟ କାୟ ନଗ ସାପଟିକୁ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦେଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details