ଓଡିଶା

odisha

ETV Bharat / state

ବେପାରୁଆ ବିଦ୍ୟୁତ ବିଭାଗ; ଜଳିଗଲା ଷଷ୍ଠଶ୍ରେଣୀ ଛାତ୍ର - ତେଣ୍ଡରା ଗ୍ରାମ

ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ତେଣ୍ଡରା ଗାଁର ବାଲିସୁଦୁରା ନାଳ ଉପରେ ଏକ ବିଜୁସେତୁ ପୋଲ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି । ଏହି ପୋଲ ଉପରେ ଲୁହା ରଡ ବାହାରି ଯାଇଥିବା ବେଳେ ୧୧୦୦୦ କେଭି ବିଦ୍ୟୁତ୍ ଲାଇନ ତାର ସେହି ଲୁହା ରଡ଼ ଉପରେ ରହିଛି । ଆଉ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଜଳିଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Aug 15, 2019, 8:30 PM IST

Updated : Aug 15, 2019, 9:11 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ତେଣ୍ଡରା ଗାଁରେ ଅଭାବନୀୟ ଘଟଣା । ଏଠାରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଯାଇଛି । ଛାତ୍ର ଜଣକ ମଧୁପୁର ଗ୍ରାମର କାଳୀ ଚରଣ ସୋରେନଙ୍କ ପୁଅ ସାଗେନ ସୋରେନ(୧୧)। ଗାଁରେ ଥିବା ବିଜୁସେତୁ ପୋଲ ନିର୍ମାଣର ଅବହେଳା ଯୋଗୁଁ ସାଗେନର ଅବସ୍ଥା ଗୁରୁତର ଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସଗେନ ତେଣ୍ଡରା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢେ । ତାକୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମକୁ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ତେଣ୍ଡରା ଗ୍ରାମର ବାଲିସୁଦୁରା ନାଳ ଉପରେ ଏକ ବିଜୁସେତୁ ପୋଲ ନିର୍ମାଣ କରାଯାଇଥିଲା । ଯାହାକି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ତେବେ ଏହି ପୋଲ ଉପରେ ଲୁହା ରଡ ବାହାରି ଯାଇଥିବା ବେଳେ ୧୧୦୦୦ କେଭି ବିଦ୍ୟୁତ୍ ଲାଇନ ତାର ସେହି ଲୁହା ରଡ଼ ଉପରେ ରହିଛି। ନୀତିଦିନ ଭଳି ବାଲିସୁଦୁରା ନାଳକୁ ଗାଧେଇବା ପାଇଁ ଯାଇଥିଲେ ତିନି ଚାରି ଜଣ ନାବାଳକ। ସେମାନଙ୍କ ମଧ୍ୟରୁ ସାଗେନ ସେହି ଲୁହା ରଡ଼କୁ ଧରି ସେତୁ ଉପରକୁ ଉଠିବା ପାଇଁ ଚେଷ୍ଟା କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳି ଯାଇଥିଲା ।

ସଗେନକୁ ଗୁରୁତର ଅବସ୍ଥାରେ ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ତା ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ରାଇରଙ୍ଗପୁର ଡାକ୍ତରଖାନା ଏବଂ ପରେ ବାରିପଦା ପିଆରଏମ୍ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଅସମ୍ପୂର୍ଣ୍ଣ ଥିବା ପୋଲ ନିକଟରେ କେହି ଓ୍ବାଚ୍ ମ୍ୟାନ ନାହାଁନ୍ତି କି ଠିକାଦାର କାହାକୁ ଜଗେଇ ଦେବାର ନଜରକୁ ମଧ୍ୟ ଆସି ନାହିଁ । ଠିକାଦାର ମଧ୍ୟ ଏବାବଦରେ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ।

ସେପଟେ ବିଦ୍ୟୁତ ବିଭାଗର ଅବହେଳା ସହିତ ଠିକାଦାରଙ୍କର ଅର୍ଦ୍ଧ ନିର୍ମିତ ପୋଲକୁ ହୁଗୁଳା ଛାଡି ଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଥିବା ଦେଖିବାକୁ ମିଳିଛି ।


ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Aug 15, 2019, 9:11 PM IST

ABOUT THE AUTHOR

...view details