ଓଡିଶା

odisha

ETV Bharat / state

ଗଣେଶ ପୂଜାରେ ଅଘଟଣ, ମାମୁଁଘର ପୋଖରୀରେ ବୁଡି ଭଣଜା ମୃତ

ମାମୁଁଘର ପୋଖରୀରେ ବୁଡି ଭଣଜାର ସଲୀଳ ସମାଧି ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଖୁଣ୍ଟା ଥାନା ନାଲୂଆ ଗ୍ରାମରେ ।

By

Published : Sep 2, 2019, 11:29 PM IST

ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡି 6 ବର୍ଷ ନବାଳକ ମୃତ

ବାରିପଦା: ଗଣେଶ ପୂଜାରେ ବୁଲିବା ପାଇଁ ମାମୁଁଘରକୁ ଆସିଥିଲା ଭଣଜା । ହେଲେ ମାମୁଁଘର ପୋଖରୀରେ ବୁଡି ଭଣଜାର ସଲୀଳ ସମାଧି ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଖୁଣ୍ଟା ଥାନା ନାଲୂଆ ଗ୍ରାମରେ ।

ଗଣେଶ ପୂଜାରେ ଅଘଟଣ, ପୋଖରୀରେ ବୁଡି 6 ବର୍ଷ ନବାଳକ ମୃତ

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଗୟଳମରା ଗ୍ରାମରୁ ସାଗରାମ ବାସ୍କେଙ୍କ ପରିବାର ସଦସ୍ୟ ନାଲୁଆ ଗ୍ରାମ ନିଜ ସମ୍ପର୍କୀୟ ଘରକୁ ଗଣେଶ ପୂଜା ବୂଲିବା ପାଇଁ ଆସିଥିଲେ । ସାଗରାମଙ୍କ ଛଅ ବର୍ଷର ପୁଅ ଚମ୍ପାଇ ବାସ୍କେ ମଧ୍ୟ ପରିବାର ସହିତ ନିଜ ମାମୁଁ ଘର ନାଲୁହାକୁ ବୁଲିବାକୁ ଆସିଥିଲେ |

ନିଜ ମାମୁଁ ଘରକୁ ଆସିଥିବା ବେଳେ ଘର ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବାବେଳେ ଚମ୍ପାଇ ଘର ପାଖରେ ଖେଳୁଥୁଲେ । ତେବେ ଖେଳୁଥିବା ସମୟରେ ଘର ନିକଟରେ ଥିବା ଏକ ପୋଖରୀକୁ ଚାଲିଯାଇଥିଲା । ସେଠାରେ ଖେଳିବା ସମୟରେ ସେ ପୋଖରୀରେ ବୁଡି ଯାଇଥିଲା । ତେବେ ପରିବାର ଲୋକେ ଖୋଜାଖୋଜି କରିବା ପରେ ଚମ୍ପାଇ ପୋଖରୀରେ ବୁଡି ଯାଇଥିବା ଜାଣିପାରି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ଖବରପାଇ ଖୁଣ୍ଟା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details