ଓଡିଶା

odisha

ଅଗଣାରେ ଖେଳୁଥିଲା 5 ମାସର ଶିଶୁକନ୍ୟା, ମାଡିଗଲା ଟ୍ରାକ୍ଟର

By

Published : May 11, 2020, 5:51 PM IST

Updated : May 11, 2020, 6:22 PM IST

ଟ୍ରାକ୍ଟର ଚାପାରେ ଜଣେ ପାଞ୍ଚ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ତିରିଂ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଟ୍ରାକ୍ଟରକୁ ଜବତ କରି ମାଲିକକୁ ଅଟକ ରଖି ପଚରାଉଚରା କରୁଛି ।

5 month old baby girl died
ରାଇରଙ୍ଗପୁର ଭିତରାମଦା ଗାଁରେ ଦୁଃଖଦ ଘଟଣା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଭିତରାମଦା ଗାଁରେ ଦୁଃଖଦ ଘଟଣା। ଟ୍ରାକ୍ଟର ଚାପାରେ ଜଣେ ପାଞ୍ଚ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ତିରିଂ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଟ୍ରାକ୍ଟରକୁ ଜବତ କରି ମାଲିକକୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ରାଇରଙ୍ଗପୁର ଭିତରାମଦା ଗାଁରେ ଦୁଃଖଦ ଘଟଣା

ସୂଚନା ଅନୁଯାୟୀ, ତିରିଂ ଥାନା ଅସୁରଘାଟି ଗ୍ରାମର ସିଦୋ ହେମ୍ରମଙ୍କ ସ୍ତ୍ରୀ ମାୟା ହେମ୍ରମ, ତାଙ୍କ 5 ମାସର ଶିଶୁକନ୍ୟାକୁ ନେଇ ବାପଘର ଭିତରାମଦା ଗାଁକୁ ଆସିଥିଲେ। ତେବେ ଗ୍ରାମର ତିନି ଚାରି ଜଣ ଛୋଟଛୋଟ ପିଲାଙ୍କ ନିକଟରେ ମାଆ ଶିଶୁକନ୍ୟାଟିକୁ ଘର ଅଗଣାରେ ଶୁଆଇ ଦେଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ମାଡ଼ି ଆସି ଶିଶୁକନ୍ୟାଟିର ମୁଣ୍ଡ ଉପରେ ଚଢି ଯାଇଥିଲା।

ତୁରନ୍ତ ଶିଶୁକନ୍ୟାଟିକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେଁ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପଡିଡା, ଇଟିଭି ଭାରତ

Last Updated : May 11, 2020, 6:22 PM IST

For All Latest Updates

TAGGED:

ABOUT THE AUTHOR

...view details