ରାଇରଙ୍ଗପୁର: ରାଜ୍ୟରେ ଥମିବାର ନାଁ ଧରୁନି ଦୁଷ୍କର୍ମ ମାମଲା । ମୟୁରଭଞ୍ଜରେ ପୁଣି ଲଜ୍ଜ୍ୟା । ଜନୈକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ଗିରଫ ହୋଇଛି । ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଗୋରୁମହିଷାଣୀ ଥାନା ଅଧିନସ୍ଥ ଏକ ଗାଁରେ ନାବାଳିକା ଜଣକ ଘରେ କେହି ନଥିବାବେଳେ ବାହାରେ ଖେଳୁଥିଲେ । ଏହି ସମୟରେ ସମୟରେ ଜନୈକ 7 ବର୍ଷର ନାବାଳିକାଙ୍କୁ ଏକୁଟିଆ ଖେଳୁଥିବା ଦେଖି ୧୪ ବର୍ଷର ନାବାଳକ ଜଣକ ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତାର ପରିବାର ।