ଓଡିଶା

odisha

ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ

By

Published : Oct 31, 2020, 2:00 PM IST

ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା ଟ୍ରକ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଘରେ ଥିବା ୭ ଜଣ ଏଥିରୁ ରକ୍ଷା ପାଇ ଯାଇଛନ୍ତି । ମୟୂରଭଞ୍ଜରେ ଘଟିଛି ଏପରି ଘଟଣା ।

ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ
ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ

ରାଇରଙ୍ଗପୁର: ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା ଟ୍ରକ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ମାହାର୍ଦ୍ଦାପଳସା ଗ୍ରାମରେ । ୨୨୦ ନମ୍ବର ଜାତୀୟ ରାଜପଥ ମାହାର୍ଦ୍ଦାପଳସା ଛକ ନିକଟରେ ଥିବା ଗଦାଧର ମହାନ୍ତିଙ୍କ ଘରେ ପିଟିହୋଇ ପଶିଗଲା ୧୨ ଚକିଆ ହାଇୱା ଟ୍ରକ ।

ଘର ଭିତରକୁ ପଶିଗଲା ୧୨ ଚକିଆ ହାଇୱା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଲୋକେ

ତେବେ ଘରେ ଥିବା ୭ ଜଣ ଏଥିରୁ ରକ୍ଷା ପାଇ ଯାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ହାଇୱା ଟ୍ରକଟି ଟାଟାରୁ କେନ୍ଦୁଝର ଜିଲ୍ଲା ଶୁଆକାଟିକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଟ୍ରକଟି ଘରକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଯଶିପୁର ପୋଲିସ ପହଞ୍ଚି ହାଇୱା ଗାଡିଟିକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details