ଓଡିଶା

odisha

ETV Bharat / state

9ମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା, ସନ୍ଦେହ ଘେରରେ କନ୍ୟାଶ୍ରମ ପ୍ରଧାନ ଶିକ୍ଷକ - suiside

ତାଟୋ କନ୍ୟାଶ୍ରମ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ସୋମବାରୀ ହେମ୍ବ୍ରମ ଆତ୍ମହତ୍ୟା କରିଛି । ଖରାଛୁଟି ପରେ ସ୍କୁଲ ଖୋଲିବା ଦିନ ପ୍ରଧାନ ଶିକ୍ଷକ ତାଙ୍କୁ ସ୍କୁଲରେ ପ୍ରବେଶ କରାଇ ନ ଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

By

Published : Jul 2, 2019, 7:59 AM IST


ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସରଭାଡ଼ି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଛି । ସେ ତାଟୋ କନ୍ୟାଶ୍ରମ ସ୍କୁଲରେ ପାଠ ପଢୁଥିଲା । ଖରାଛୁଟି ପରେ ସ୍କୁଲ ଖୋଲିବା ଦିନ ପ୍ରଧାନଶିକ୍ଷକ ତାଙ୍କୁ ସ୍କୁଲରେ ପ୍ରବେଶ କରାଇ ନ ଦେବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରିକି ପ୍ରଧାନ ଶିକ୍ଷକ ଜଣକ ତାଙ୍କ ପରିବାର ଲୋକଙ୍କୁ ଥାନାରେ ଅଭିଯୋଗ ନ କରିବାକୁ କହିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ, ସରଭାଡ଼ି ଗ୍ରାମର ଗାରଦି ହେମ୍ବ୍ରମଙ୍କ ଝିଅ ସୋମବାରୀ ହେମ୍ବ୍ରମ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଖରା ଛୁଟି ପରେ ସେ ସୋମବାର ସ୍କୁଲ ଯାଇଥିଲେ । ସେଦିନ ସ୍କୁଲରେ ପ୍ରଧାନ ଶିକ୍ଷକ ତାଙ୍କୁ ସ୍କୁଲରେ ପୁରାଇ ନଥିଲେ । ସେହିଦିନ ଠାରୁ ସ୍କୁଲ ନଯାଇ ଘରେ ରହି ଆସୁଥିଲେ ଉକ୍ତ ଛାତ୍ରୀ । ତେବେ ସୋମବାର କନ୍ୟାଶ୍ରମର ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଘରକୁ ଆସି ଛାତ୍ରୀଙ୍କ ସହିତ କଥା ହୋଇଥିଲେ । ପ୍ରଧାନଶିକ୍ଷକ ଯିବାର କିଛି ଘଣ୍ଟା ପରେ ଛାତ୍ରୀ ଜଣଙ୍କ ବିଷ ପିଇ ଦେଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତିକରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଏଇ ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରଧାନଶିକ୍ଷକ ପରିବାର ଲୋକଙ୍କୁ ଥାନାରେ ଅଭିଯୋଗ ନକରିବାକୁ କହିଛନ୍ତି । ଅଭିଯୋଗ କଲେ ଅସୁବିଧାରେ ପଡିବେ ବୋଲି ସେ ପରିବାର ଲୋକଙ୍କୁ କହିଛନ୍ତି । ଏ ଘଟଣା ସମ୍ପର୍କରେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ ମତାମତ ନଦେଇ ଏଡାଇ ଯାଇଥିଲେ । ଏପଟେ ଛାତ୍ରୀଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି । ସେହିପରି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି କରାଯାଇଛି ।

ତାଟୋ କନ୍ୟାଶ୍ରମରେ ଅନେକ ସମୟରେ କାର୍ଯ୍ୟରେ ଅବହେଳା ଦେଖାଯାଇଛି । ଏହା ସହିତ ନିମ୍ନମାନର ଖାଦ୍ୟ ଯୋଗାଣ ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ପୂର୍ବରୁ ସ୍କୁଲର ସମସ୍ତ ଛାତ୍ରୀ ୧୦ କିଲୋମିଟର ପାଦରେ ଚାଲି ଚାଲି ଆସି ଉପଜିଲ୍ଲାପାଳଙ୍କୁ ଗୁହାରି କରିଥିବାବେଳେ ପୁଣି ଏକ ବର୍ଷ ନ ପୁରୁଣ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତେବେ ଉକ୍ତ ଛାତ୍ରୀର ମୃତ୍ୟୁ ପଛର କାରଣ କ'ଣ ? ଏପରି ଏକ ସମ୍ବେଦନଶୀଳ ଘଟଣା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details