ଓଡିଶା

odisha

ମୟୂରଭଞ୍ଜରେ ଖସୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି 96 ଚିହ୍ନଟ

ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ୯୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୧୩ ରେ ପହଞ୍ଚିଛି ।ଅଧିକ ପଢନ୍ତୁ....

By

Published : Oct 7, 2020, 7:44 PM IST

Published : Oct 7, 2020, 7:44 PM IST

ମୟୂରଭଞ୍ଜରେ ଖସୁଛି କୋରୋନା ଆକ୍ରନ୍ତଙ୍କ ସଂଖ୍ୟା, ଆଜି 96 ଚିହ୍ନଟ
ମୟୂରଭଞ୍ଜରେ ଖସୁଛି କୋରୋନା ଆକ୍ରନ୍ତଙ୍କ ସଂଖ୍ୟା, ଆଜି 96 ଚିହ୍ନଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଧୀରେ ଧୀରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ବୁଧବାର ପୁଣି ୯୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୧୩ରେ ପହଞ୍ଚିଛି ।

ମୟୂରଭଞ୍ଜରେ ଖସୁଛି କୋରୋନା ଆକ୍ରନ୍ତଙ୍କ ସଂଖ୍ୟା, ଆଜି 96 ଚିହ୍ନଟ

ତେବେ ଜିଲ୍ଲାରୁ ମୋଟ ୭୫୫୭ ଜଣ ସୁସ୍ଥ ହୋଇଥିବା ବେଳେ ୧୩୨୭ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ ୨୯ ଜଣଙ୍କର ମୃତ୍ୟ ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି ।

ସୋମବାର ଚିହ୍ନଟ ୯୬ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details