ଓଡିଶା

odisha

ଜିଲ୍ଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ

ମୟୂରଭଞ୍ଜର ସଦର ମହକୁମା ବାରିପଦା ପରେଡ଼ ପଡିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ । ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା । ଅଧିକ ପଢନ୍ତୁ

By

Published : Jan 26, 2023, 4:48 PM IST

Published : Jan 26, 2023, 4:48 PM IST

ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ
ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ

ମୟୂରଭଞ୍ଜରେ ଜିଲ୍ଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ

ବାରିପଦା:୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଜି ଦିଲ୍ଲୀରୁ ପଲ୍ଲୀ ସବୁଠି ଚଳଚଞ୍ଚଳ । ଚାରିଆଡେ ଉଡୁଛି ତ୍ରିରଙ୍ଗା । ସବୁଠି ଉତ୍ସବର ମାହୋଲ ଖେଳିଯାଇଛି । ମୟୂରଭଞ୍ଜରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ସଦର ମହକୁମା ବାରିପଦା ପରେଡ଼ ପଡିଆଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମନ୍ତ୍ରୀ ଏଠାରେ ପତାକା ଉତ୍ତୋଳନ କରିବା ସହ ମିଳତ ପରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।

ଏହାପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ରିଜର୍ଭ ପୋଲିସ ପରେଡ଼ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୋଲିସ ଓ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଏହାମଧ୍ୟ ପଢନ୍ତୁ: ଶିଳ୍ପନଗରୀରେ 74ତମ ସାଧାରଣତନ୍ତ୍ର ଦିବସ ପାଳିତ

ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳୁଛନ୍ତି ଦେଶବାସୀ । ୧୯୫୦ ମସିହା ଆଜିର ଦିନରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହି ଦିବସଟି ପ୍ରତିଟି ଭାରତୀୟବାସୀଙ୍କ ପାଇଁ ହୋଇଥାଏ ଗର୍ବ ଓ ଗୌରବର ଦିନ । ଏଥିପାଇଁ ଆଜି ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି ଗାଁଠୁ ସହର । ସାରା ଦେଶରେ ଉଡୁଛି ତ୍ରିରଙ୍ଗା ପତାକା । ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ ।

ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତକା ଉତ୍ତୋଳନ କରିଛନ୍ତି । ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତ୍ତାହ ଅଲ-ସିସି ମୁଖ୍ୟ ଅତିଥି ଭାବେ ସମାରୋହରେ ସାମିଲ ହୋଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ସାମିଲ ହୋଇଛନ୍ତି । ପତାକା ଉତ୍ତୋଳନ ପରେ ଗୋଟିଏ ପରେ ଗୋଟିଏ ୧୬ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details