ଓଡିଶା

odisha

By

Published : Aug 15, 2020, 10:12 PM IST

ETV Bharat / state

ସ୍ଵାଧୀନତା ଦିବସରେ କୋଭିଡ ଯୋଦ୍ଧା ସମ୍ମାନିତ

୭୪ତମ ସ୍ଵାଧୀନତା ଦିବସ ଅବସରରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲା ମୋରଡ଼ା ଲୋଧା ଉନ୍ନୟନ ସଂସ୍ଥା। ଅଧିକ ପଢନ୍ତୁ......

କୋଭିଡ ଯୋଦ୍ଧଙ୍କୁ ସମ୍ମାନିତ କଲା ଲୋଧା ଉନ୍ନୟନ ସଂସ୍ଥା
କୋଭିଡ ଯୋଦ୍ଧଙ୍କୁ ସମ୍ମାନିତ କଲା ଲୋଧା ଉନ୍ନୟନ ସଂସ୍ଥା

ବାରିପଦା: କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କଲା ମୋରଡ଼ା ଲୋଧା ଉନ୍ନୟନ ସଂସ୍ଥା । ୭୪ ତମ ସ୍ବାଧୀନତା ଦିବସ ଅବସରରେ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନିତ କରିଛି ମୋରଡ଼ା ଲୋଧା ଉନ୍ନୟନ ସଂସ୍ଥା ।

କୋଭିଡ ଯୋଦ୍ଧଙ୍କୁ ସମ୍ମାନିତ କଲା ଲୋଧା ଉନ୍ନୟନ ସଂସ୍ଥା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ମୋରଡ଼ା ଲୋଧା ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ ଓଡିଶା ଆଦିମ ଜନଜାତି ଓ ଜୀବିକା ସଶକ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଲୋଧା ମହିଳା, ମହିଳା ସ୍ବାସ୍ଥ୍ୟକର୍ମୀ ଓ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ କାମ କରିଥିବା କୋଭିଡ ଯୋଦ୍ଧାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ କୋଭିଡ-୧୯ ମହାମାରୀ ସଚେତନତା ସମ୍ପର୍କରେ ଆଲୋଚନା ହୋଇଥିଲା ।

ଏହି ଅବସରରେ ଲୋଧା ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ମହେଶ ପ୍ରସାଦ ମହାପାତ୍ର, ପ୍ରକଳ୍ପ ପରିଚାଳକ ଗୌରୀଶଙ୍କର ହୋତା,ଓ ପିଇଏଲଆଇପି ସଂସ୍ଥାର ସୋସିଆଲ ମୋବିଲାଇଜର ମମତା ଗ୍ରହାଚାର୍ଯ୍ୟ, ଜେଇ ତ୍ରିଲୋଚନ ସେନାପତି ପ୍ରମୁଖ ଯୋଗଦେଇଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details