ରାଇରଙ୍ଗପୁର: ରାଜ୍ୟରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ତାଳ ଦେଇ ମୟୂରଭଞ୍ଜ ଜିଲ୍ଲାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଗ୍ରାମପଞ୍ଚାୟତରେ ସ୍ଥାନୀୟ ଅଞ୍ଚଳରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ବିଜାତଳା ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ ରାମଦାସ ସୋରେନ ।
ସ୍ଥାନୀୟ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସଟଡାଉନ୍ ନିଷ୍ପତ୍ତି ନେଇଥିଲେ ସରପଞ୍ଚ । ତେବେ ଆକ୍ରାନ୍ତଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ବାଙ୍କିଶୋଳ ସ୍ଥିତ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ବ୍ଲକ ପ୍ରଶାସନ ।