ଓଡିଶା

odisha

ETV Bharat / state

ଚଢେଇପାହାଡି ଗ୍ରାମପଞ୍ଚାୟତ 72 ଘଣ୍ଟା ପାଇଁ ସଟଡାଉନ, ଗୋଟିଏ ଗ୍ରାମ ସମ୍ପୂର୍ଣ୍ଣ ସିଲ୍ - 72-hour shutdown of Chadeipahadi Gram Panchayat in Mayurbhan

ମୟୂରଭଞ୍ଜ ଜିଲ୍ଲା ବିଜିତଳା ବ୍ଲକ ଚଢେଇପାହାଡି ଗ୍ରାମପଞ୍ଚାୟତରେ ଜଣେ ଯୁବତୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଚଢେଇପାହାଡି ଗ୍ରାମପଞ୍ଚାୟତର ସରପଞ୍ଚ ସମାଇ ମୁଣ୍ଡା ଗତକାଲି(ମଙ୍ଗଳବାର) ଠାରୁ ଆସନ୍ତାକାଲି ଗୁରୁବାର ପର୍ଯ୍ୟନ୍ତ ୭୨ ଘଣ୍ଟା ପାଇଁ ଚଢେଇପାହାଡି ଗ୍ରାମପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ।

Mayurbhanj
ମୟୂରଭଞ୍ଜ ଗ୍ରାମପଞ୍ଚାୟତ 72ଘଣ୍ଟିଆ ସଟଡାଉନ

By

Published : Jul 8, 2020, 3:18 PM IST

ରାଇରଙ୍ଗପୁର: ମୟୂରଭଞ୍ଜର ଚଢେଇପାହାଡି ଗ୍ରାମପଞ୍ଚାୟତକୁ 72 ଘଣ୍ଟିଆ ସଟଡାଉନ ସହିତ ଗୋଟିଏ ଗ୍ରାମ ସମ୍ପୂର୍ଣ୍ଣ ସିଲ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବିଜିତଳା ବ୍ଲକ ଚଢେଇପାହାଡି ଗ୍ରାମପଞ୍ଚାୟତରେ ଜଣେ ଯୁବତୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯାହାକୁ ନେଇ ଚଢେଇପାହାଡି ଗ୍ରାମପଞ୍ଚାୟତର ସରପଞ୍ଚ ସମାଇ ମୁଣ୍ଡା ଗତକାଲି (ମଙ୍ଗଳବାର) ଠାରୁ ଆସନ୍ତାକାଲି ଗୁରୁବାର ପର୍ଯ୍ୟନ୍ତ ୭୨ ଘଣ୍ଟା ପାଇଁ ଚଢେଇପାହାଡି ଗ୍ରାମପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ।

ଉକ୍ତ ଯୁବତୀଙ୍କ ସ୍ବାବ ରିପୋର୍ଟ ପଜିଟିଭ ଆସିବା ପୂର୍ବରୁ ଯୁବତୀ ଜଣଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରୁ ଘରକୁ ପଠାଇ ଦିଆଯାଇଥିଲା । ତେବେ ସେ ସେଠାରେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଚଢେଇପାହାଡି ଗ୍ରାମପଞ୍ଚାୟତର ସରପଞ୍ଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଏହା ସହିତ ଉକ୍ତ ପଞ୍ଚାୟତ ଅଧୀନ ଗୋବିନ୍ଦପୁର ଗ୍ରାମକୁ ସମ୍ପୂର୍ଣ୍ଣ ସିଲ୍ କରିଥିବା ସରପଞ୍ଚ ସୂଚନା ଦେଇଛନ୍ତି । ସେପଟେ ଭୟଭୀତ ନହୋଇ ସଚେତନ ରହିବା ସହିତ ମାସ୍କ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପ୍ରଶାସନ ତରଫରୁ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଯେତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଗଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details