ଓଡିଶା

odisha

ETV Bharat / state

ନିଜ ଦରମାରୁ ଶହୀଦ ପରିବାରକୁ 70 ହଜାର ଟଙ୍କା ଦେଲେ ଯବାନ - 70,000 rupees to the families of the martyrs

ମୟୂରଭଞ୍ଜ ସଶସ୍ତ୍ର ସୀମା ସୁରକ୍ଷା ବଳ ଗ୍ରୁପ ତରଫରୁ ସହିଦ ଫାଗୁ ଟୁଡୁଙ୍କ ପରିବାରକୁ 70 ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି।

the families of the martyrs
ଶହୀଦ ପରିବାରକୁ 70 ହଜାର ଟଙ୍କାର ସହାୟତା ରାଶି

By

Published : Aug 16, 2020, 3:19 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ସଶସ୍ତ୍ର ସୀମା ସୁରକ୍ଷା ବଳ ତରଫରୁ ସହିଦ ଫାଗୁ ଟୁଡୁଙ୍କ ପରିବାରକୁ 70 ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି। ମୟୂରଭଞ୍ଜର ଯବାନ ମାନେ ନିଜ ନିଜ ଦରମାରୁ କିଛି କିଛି ଧନ ରାଶି ସଂଗ୍ରହ କରି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଯୋଡ଼ାପୋଖରୀ ଗ୍ରାମର ଶହୀଦ ଫାଗୁ ଟୁଡୁଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଶହୀଦ ପରିବାରକୁ 70 ହଜାର ଟଙ୍କାର ସହାୟତା ରାଶି

ଶହୀଦ ଯବାନଙ୍କ ସ୍ମୃତିରେ ଶନିବାର ତାଙ୍କ ଘରକୁ ଯାଇ ସେଠାରେ 74 ତମ ସ୍ବାଧୀନତା ଦିବସ ପାଳନ ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ମଧ୍ୟ କରିଥିଲେ। କୋରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଏପରି ସହାୟତାକୁ ଜିଲ୍ଲାର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details