ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ଧାରୀକମଳ ଗାଁରୁ ବିପୁଳ ପରିମାଣର ସାଇଜ ଶାଳ କାଠକୁ ଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଗୁରୁବାର ଚଢାଉ କରିଥିଲା । ଉକ୍ତ ଗ୍ରାମରୁ ମୂଲ୍ୟବାନ କାଠଗୁଡିକୁ ଜବତ କରିବା ସହ 2ଜଣ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରିଥିବା ଜଣାପଡିଛି ।
ରାଜ୍ୟରେ ମୂଲ୍ୟବାନ କାଠଗୁଡିକର ଚୋରା କାରବାର ବଢି ଚାଲୁଛି । ଜଙ୍ଗଲ କ୍ଷୟ କରି କାଠ ଚୋରିରେ ମାତିଛନ୍ତି ଚୋରା କାଠ ବ୍ୟବସାୟୀ । ତେବେ ଏହି ମୂଲ୍ୟବାନ କାଠ ଚୋରା ଘଟଣା ଗୁରୁବାର ମୟୂରଭଞ୍ଜ ଜିଲ୍ଲାରୁ ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଅନ୍ଧାରୀକମଳ ଗାଁରେ ସାଇଜ ଶାଳକାଠ ଚୋରି ହେଉଥିବା ସଂପର୍କରେ ବନବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ତେବେ ଉକ୍ତ ଗ୍ରାମରେ ଚଢାଉ କରିବା ପରେ ବିପୁଳ ପରିମାଣର ଏହି ମୂଲ୍ୟବନ କାଠକୁ ଠାକୁରମୁଣ୍ଡା ବନବିଭାଗ ଜବତ କରିଛି ।