ଓଡିଶା

odisha

ମୟୂରଭଞ୍ଜରୁ ପୁଣି ୫୦୭ ପଜିଟିଭ ଚିହ୍ନଟ, ସଂକ୍ରମଣ ସଂଖ୍ୟା ୨୨,୬୯୧କୁ ବୃଦ୍ଧି

By

Published : May 19, 2021, 9:55 PM IST

ମୟୂରଭଞ୍ଜରେ ପୁଣି ୫୦୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୯୧କୁ ବୃଦ୍ଧି । ଅଧିକ ପଢନ୍ତୁ...

ମୟୂରଭଞ୍ଜରୁ ପୁଣି ୫୦୭ ପଜିଟିଭ ଚିହ୍ନଟ
ମୟୂରଭଞ୍ଜରୁ ପୁଣି ୫୦୭ ପଜିଟିଭ ଚିହ୍ନଟ

ବାରିପଦା: କୋରୋନାର ଦ୍ଵିତୀୟ ଲହରରେ ମୟୂରଭଞ୍ଜରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ବୁଧବାର ୫୦୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୧ରେ ପହଞ୍ଚିଛି । ତେବେ ଜିଲ୍ଲାରୁ ଆଜି ପର୍ଯ୍ୟନ୍ତ ମୋଟ ୧୯ ହଜାର ୨୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୩୬୬ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ତେବେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା ୯୩ରେ ସ୍ଥିର ରହିଛି ।

ମୟୂରଭଞ୍ଜରୁ ପୁଣି ୫୦୭ ପଜିଟିଭ ଚିହ୍ନଟ, ମୋଟ ସଂକ୍ରମଣ ସଂଖ୍ୟା ୨୨୬୯୧କୁ ବୃଦ୍ଧି

ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ସର୍ବାଧିକ ରହିଛି । ବୁଧବାର ଚିହ୍ନଟ ୫୦୭ ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details