ଓଡିଶା

odisha

ETV Bharat / state

ଲିଫ୍ଟ ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ! ପୋଲିସର ତଦନ୍ତ ଜାରି - ରାଇରଙ୍ଗପୁର ଦୁଷ୍କର୍ମ

ଲିଫ୍ଟ ଦେବା ବାହାନାରେ ୫୦ ବର୍ଷିୟା ମହିଳାଙ୍କୁ ଗଣଦୁଷ୍କର୍ମ ! ଘଟଣା ସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ପୂର୍ବାଞ୍ଚଳ ଆଇଜି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ: ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଆଇଜିଙ୍କ ତଦନ୍ତ ଜାରି
ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ: ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଆଇଜିଙ୍କ ତଦନ୍ତ ଜାରି

By

Published : Oct 16, 2021, 9:55 PM IST

Updated : Oct 16, 2021, 10:01 PM IST

ରାଇରଙ୍ଗପୁର: ଗତକାଲି (ଶୁକ୍ରବାର) ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରୁ । ଶୁକୃଳି ସାପ୍ତାହିକ ହାଟରୁ ଘରକୁ ଫେରୁଥିବା ସମୟରେ ଜଣେ 50 ବର୍ଷୀୟା ମହିଳାଙ୍କୁ ଦୁଇଜଣ ଯୁବକ ଏକ ବାଇକ ଯୋଗେ ଲିଫ୍ଟ ଦେବା ବାହାନାରେ ଭଣ୍ଡନ ନଦୀ କୂଳକୁ ନେଇ ସେଠାରେ ଗଣଦୁଷ୍କର୍ମ କରିବା ସହିତ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପିଡିତା ମହିଳାଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ ।

ଲିଫ୍ଟ ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ! ପୋଲିସର ତଦନ୍ତ ଜାରି

ଏନେଇ ରରୁଆଁ ଥାନାରେ ଏକ ମାମଲା ରୁଜୁ ହେବା ସହିତ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା । ଘଟଣା ସ୍ଥଳରେ ରାଇରଙ୍ଗପୁର ଏଏସପି ମନୋରଞ୍ଜନ ବିଶ୍ବାଳ, କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ବାରିପଦାରୁ ସାଇଣ୍ଟିଫିକ ଟିମ୍ ଓ ଡୋଗ୍ ସ୍କ୍ୱାର୍ଡ ସହ ଜଶିପୁର, ରରୁଆଁ, କରଞ୍ଜିଆ ଓ ବାଦାମପାହାଡ ପୋଲିସର ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହା ସହିତ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଜାଞ୍ଚ କରୁଛି ପୋଲିସ ।

ସେପଟେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହିତ ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Oct 16, 2021, 10:01 PM IST

ABOUT THE AUTHOR

...view details