ବାରିପଦା: ମୟୂରଭଞ୍ଜ ପୋଲିସର ସଫଳତା । ହାଟବାଦଡ଼ା ଗୋରୁହାଟ ଗୁଳିକାଣ୍ଡ ଘଟଣାରେ ୪ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ । ରାଇଫଲ ଓ ୨୦ ରାଉଣ୍ଡ୍ ଗୁଳି ଜବତ କରାଯାଇଥିବା ସୂଚନା ଦେଲେ ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ୍ ।
ଗତ ମାସ ୨୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୁଲିସକୁ ସଫଳତା ମିଳିଛି । ଏସପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଠନ କରାଯାଇଥିବା ସ୍ଵତନ୍ତ୍ର ଟିମ ଦ୍ଵାରା ଏହି ଘଟଣାର ତଦନ୍ତ କରାଯାଇ ୪ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ନୂଆ ଟ୍ରାକ୍ଟର ଓ ବାଇକ୍ ସହ ନଗଦ ୫୦ହଜାର ଟଙ୍କା ଜବତ କରାଯାଇଛି ।