ବାରିପଦା: ମୟୁରଭଞ୍ଜ ଜିଲ୍ଲାରୁ ବନବିଭାଗ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବା ସହ 4 ଜଣଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, କୁଳିଅଣା ନିକଟସ୍ଥ ଏକ ଢାବାରେ ଡିଲ ଚାଲିଥିବା ସମୟରେ ବାରିପଦା ବନବିଭାଗ ଦ୍ଵାରା ଚଢ଼ାଉ କରାଯାଇ ବଜ୍ରକାପ୍ତା ଜବତ କରାଯାଇଛି । ଏହି ଘଟଣାରେ 4 ଜଣ ଗିରଫ ହେବା ସହ ଏକ ବୋଲେରୋ ଓ ଏକ କାର ଜବତ ହୋଇଛି। ଏହି ଚୋରା ଚାଲାଣର ସଂପୃକ୍ତ ଅଭିଯୁକ୍ତ ମାନେ ହେଲେ ସାରସକଣା ଅଞ୍ଚଳର ପ୍ରେମଖାଲା ମୁର୍ମୁ , ଗୋରୁମହିଷାଣି ଅଞ୍ଚଳର କୃଷ୍ଣଚନ୍ଦ୍ର ହାଁସଦା ଓ ବାଦାମପାହାଡ଼ ଅଞ୍ଚଳର ଶରତ କୁମାର ମହାନ୍ତ ଓ ପ୍ରଦୀପ କୁମାର ମହାକୁଡ଼ ।