ବାରିପଦା:ଜିଲ୍ଲାରେ ଘାତକ ସାଜିଛି କୋରୋନାର ଦ୍ଵିତୀୟ ଲହର । ଜିଲ୍ଲାରୁ ଶୁକ୍ରବାର ସର୍ବାଧିକ ୬୩୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୪୧୦ ରେ ପହଞ୍ଚିଛି । ସେହିପରି ଜିଲ୍ଲାରୁ ମୋଟ ୧୯,୮୩୭ ଜଣ ସୁସ୍ଥ ହୋଇଥିବା ବେଳେ ୪,୪୭୭ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି ।
ମୟୂରଭଞ୍ଜରୁ ସର୍ବାଧିକ ୬୩୫ କୋରୋନା ପଜିଟିଭ ଚିହ୍ନଟ - Mayurbhanj corona
ମୟୂରଭଞ୍ଜ ଜିଲ୍ଲାରେ ପୁଣି ୬୩୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୪୧୦ରେ ପହଞ୍ଚିଛି। ଅଧିକ ପଢନ୍ତୁ....

ମୟୂରଭଞ୍ଜରୁ ସର୍ବାଧିକ ୬୩୫ କୋରୋନା ପଜିଟିଭ ଚିହ୍ନଟ
ମୟୂରଭଞ୍ଜରୁ ସର୍ବାଧିକ ୬୩୫ କୋରୋନା ପଜିଟିଭ ଚିହ୍ନଟ
ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ନବମ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କରୋନାରେ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା ୯୩ରେ ସ୍ଥିର ରହିଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ ସର୍ବାଧିକ ରହିଛି । ଅନ୍ୟପକ୍ଷରେ ସହରରୁ ଏବେ ଗାଁ ମୁହାଁ ହୋଇଛି କୋରୋନା । ମୟୂରଭଞ୍ଜରୁ ଚିହ୍ନଟ ୬୩୫ ଜଣ କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନ, ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ