ଓଡିଶା

odisha

ETV Bharat / state

4 ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡପିଛା ଥିଲା 5ଲକ୍ଷ ପୁରସ୍କାର - POLICE IN SUKUMA

ସେମାନେ ପୋଲିସ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ । ବହୁ ହିସାଂକାଣ୍ଡରେ ସାମିଲ ଥିଲେ । ସଂଗଠନ ପାଇଁ ଆଇନ କାନୁନକୁ ବିରୋଧ କରୁଥିଲେ । ଯେଉଁ ସଂଗଠନ ପାଇଁ ଦେଶ ବିରୋଧରେ ଅସ୍ତ୍ର ଧରିଥିଲେ ସେହି ସଂଗଠନକୁ ବିରୋଧ କରି ଆଜି ଆତ୍ମସମର୍ପଣ କଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Oct 9, 2019, 8:22 PM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ପୋଲିସକୁ ମିଳିଛି ବଡ ସଫଳତା । ନକ୍ସଲ ନେତାଙ୍କ ଶୋଷଣ, ଅତ୍ୟଧିକ ନିର୍ଯ୍ୟାତନା ଓ ପୋଲିସର ବାରମ୍ବାର ଅପରେସନ ପୁଣି ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ 4ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆଜି ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଗାଦିରାସ ଏଏସପି ଅନିଲ ବିଶ୍ଵକର୍ମା ଓ ସୁକୁମା ଏଏସପି ଶ୍ୟାମ ମଧୁକରଙ୍କ ସୂଚନା ଅନୁସାରେ ଆତ୍ମ ସମର୍ପଣ କରିଥିବା ସମସ୍ତ 4ଜଣ ମାଓବାଦୀ ପୋଲିସର ମୋଷ୍ଟୱାଣ୍ଟେଡ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି


ଆତ୍ମ ସମର୍ପଣ କରିଥିବା 4 ମାଓଙ୍କ ମଧ୍ୟରେ 2ଜଣ ମହିଳା ଅଛନ୍ତି । 2 ମହିଳା ମାଓନେତ୍ରୀ ହେଉଛନ୍ତି ମାଣ୍ଡବି ଗାଙ୍ଗୀ, ମଡକମ ହୁଙ୍ଗି ଓ ପୁରୁଷ ମାଓବାଦୀ ହେଉଛନ୍ତି କୁଡାମି ଗଙ୍ଗା ଓ ସୋଡି ଜଗା । ଏହି ସମସ୍ତ ମାଓବାଦୀ ଦୀର୍ଘବର୍ଷ ଧରି ସଂଗଠନରେ କାର୍ଯ୍ୟକରିବା ସହ ଅନେକ ମାଓ ହିଂସାରେ ଜଡିତ ଥିଲେ । ଖାଲି ଏତିକି ନୁହେଁ ଯେତେବେଳେ ସୁଯୋଗ ମିଳିଛି ସୁରକ୍ଷା ବଳଙ୍କୁ ମଧ୍ୟ ହତ୍ୟା କରିବା ସହ ପୋଲିସ ଇନର୍ଫରମ ଭାବେ ନୀରିହ ଲୋକଙ୍କୁ ମଧ୍ୟ ହତ୍ୟା କରିଛନ୍ତି । ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିବା ଗାଡି ପୋଡିବା ଭଳି କାର୍ଯ୍ୟରେ ଏମାନେ ଲିପ୍ତ ଥିବା ଏଏସପି ସୂଚନା ଦେଇଛନ୍ତି ।


ଆତ୍ମସମର୍ପଣ କରିଥିବା 2ମହିଳା ମାଓବାଦୀଙ୍କ ନାଁରେ 5ଲକ୍ଷ ଟଙ୍କାର ପୁରସ୍କାର ରାଶି ସରକାର ଘୋଷଣା କରିଥିଲେ । ଏହାସହ ଅନ୍ୟଦୁଇ ମାଓବାଦୀଙ୍କ ନାରେ ମଧ୍ୟ ଏକ ଲକ୍ଷ ଲେକ୍ଷାଏଁ ଅର୍ଥରାଶି ଘୋଷଣା କରିଥିଲେ ସରକାର । ତେବେ ରାଜ୍ୟ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ଆକର୍ଷିତ ହୋଇ ଆତ୍ମ ସମର୍ପଣ କରିଥିବାରୁ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ସୁକୁମା ଏଏସପି ଶ୍ୟାମ ମଧୁକର । ଖାଲି ଏତିକି ନୁହେଁ ଏମାନଙ୍କ ବିରୋଧରେ ଯେତେ ସବୁ ମାମଲା ରୁଜୁ ହୋଇଛି ପ୍ରତ୍ୟାହାର କରାଯିବ ବୋଲି କହିଛନ୍ତି ଏସଏସପି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details