ଓଡିଶା

odisha

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ, ଧରାପଡିଲେ ୪ ଡକାୟତ

By

Published : Mar 21, 2022, 1:57 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୋଲିସକୁ ମିଳିଛି ବଡ଼ଧରଣର ସଫଳତା । ଧରାପଡ଼ିଲା ଚାରି ଡକାୟତ ସହ ରିଙ୍ଗ ମାଷ୍ଟର ଜଗା ମହାନ୍ତ । ଅଧିକ ପଢ଼ନ୍ତୁ

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ଚାରି ଗିରଫ
ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ଚାରି ଗିରଫ

ରାଇରଙ୍ଗପୁର:ରାଇରଙ୍ଗପୁର ପୋଲିସକୁ ସଫଳତା । ଧରାପଡିଲେ ଚାରି ଡକାୟତ ସହ ରିଙ୍ଗ ମାଷ୍ଟର ଜଗା ମହାନ୍ତ । ଦୀର୍ଘଦିନରୁ ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ଲୋକଙ୍କ ଘରେ ପଶି ଟଙ୍କା ପଇସା ଓ ସୁନା ଗହଣା ଲୁଟ କରୁଥିବା ୪ କୁଖ୍ୟାତ ଚୋରକୁ ଧରିବାରେ ସଫଳ ହୋଇଛି ପୋଲିସ ।

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ଚାରି ଗିରଫ

ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ପଇସା ଜବତ କରିଛି ପୋଲିସ । ତା ସହିତ ସେମାନେ ବ୍ୟବହାର କରୁଥିବା ଦୁଇଟି ବୋଲେରୋ ଗାଡ଼ି ମଧ୍ୟ ଜବତ କରାଯାଇଛି । ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ଗିରଫ ଚାରିଜଣ ହେଲେ ବାଦାମପାହାଡ଼ ଥାନା ଦେଓଗାଁ ଗ୍ରାମର ମାଷ୍ଟରମାଇଣ୍ଡ ଜଗା ମହାନ୍ତ ଓରଫ ଜଗତଜିତ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କେନ୍ଦ୍ରେଇ ଗାଁର ଇଜାଦୁଲ ହକ ଓରଫ ଟାକାରା, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଅସନବଣୀ ଗାଁର ନୀଳକଣ୍ଠ ନାଏକ ଓରଫ ମୋଟୁ ଓ ଝାଡ଼ଖଣ୍ଡ ରାଜ୍ୟ ମାଞ୍ଝାରି ଥାନା ଅନ୍ତର୍ଗତ ଲାଗଡ଼ା ଗାଁର ମଣ୍ଟୁ ମଣ୍ଡଳ । ଏସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରି କୁଖ୍ୟାତ ଚୋରଙ୍କୁ କୋର୍ଟଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details