ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: 4 ମୃତ, 25ରୁ ଊର୍ଦ୍ଧ୍ୱ ଗୁରୁତର

ମୟୂରଭଞ୍ଜରେ ଟ୍ରାକ୍ଟର ଓଲଟି 4 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25ରୁ ଊର୍ଦ୍ଧ୍ୱ ଗୁରୁତର । ଅଧିକ ପଢନ୍ତୁ....

By

Published : Feb 17, 2021, 9:45 PM IST

Updated : Feb 17, 2021, 10:19 PM IST

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: 4 ମୃତ, ୩୦ ରୁ ଊର୍ଦ୍ଧ୍ୱ ଗୁରୁତର
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: 4 ମୃତ, ୩୦ ରୁ ଊର୍ଦ୍ଧ୍ୱ ଗୁରୁତର

ବାରିପଦା:ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ମୁରୁଣିଆ ନିକଟରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ । ଏଥିରେ 4 ଜଣଙ୍କ ଜୀବନ ଯାଇଥିବାବେଳେ 25ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି ।

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର: 4 ମୃତ, 25ରୁ ଊର୍ଦ୍ଧ୍ୱ ଗୁରୁତର

ସୂଚନା ଅନୁଯାୟୀ ଡ଼ମଣ ସାହିରୁ ଆଦିବାସୀ ନୃତ୍ୟ ପରିବେଷଣ ସାରି ଏକ ଟ୍ରାକ୍ଟର ଲୋକଙ୍କୁ ନେଇ ଘରକୁ ଫେରୁଥିଲା । ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକ ଏନେଇ ଖବର ଦେବାପରେ ଝାରପୋଖରିଆ ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଏବଂ ମୃତକଙ୍କୁ ଉଦ୍ଧାର କରିଛି । ଗୁରୁତରଙ୍କୁ ସ୍ଥାନୀୟ ଶୀର୍ଷା ଗୋଷ୍ଠୀ ସ୍ଥାସ୍ଥ୍ୟ କେନ୍ଦ୍ର ଏବଂ ଯେଉଁମାନଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ରହିଛି ସେମାନଙ୍କୁ ବାରିପଦା ପିଆରଏମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 17, 2021, 10:19 PM IST

ABOUT THE AUTHOR

...view details