ମୟୂରଭଞ୍ଜ: ଜଗତର ନାଥ ଜଗନ୍ନାଥ, ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ, ତାଙ୍କର ୩୨ ବେଶ ଆଉ ୫୬ ଭୋଗ, ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ତୋଟାପଡ଼ା ଗାଁରେ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ଆଉ ୫୬ ଭୋଗ । ଶ୍ରୀକ୍ଷେତ୍ର ଧାମ ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଭକ୍ତ କାହିଁ କେତେ ଦୂରରୁ ଛୁଟି ଆସନ୍ତି । ତେବେ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମଧ୍ୟ ୩୨ ବେଶ ଦର୍ଶନ ସମ୍ଭବ ହୋଇନଥାଏ ।
ରାସଗୋବିନ୍ଦପୁର ବ୍ଲକର ତୋଟାପଡ଼ା ଗାଁ । ଏହି ଗାଁରେ ଶ୍ରୀ ଜଗନ୍ନାଥ କମିଟି ପକ୍ଷରୁ ଏକାଥରେ ମହାପ୍ରଭୁଙ୍କ ୩୨ ବେଶ ଦେଖିବାର ସୁଯୋଗ ମିଳିଛି । ମହାପ୍ରଭୁଙ୍କ ସୁନାବେଶ, ଶ୍ରାଦ୍ଧ ବେଶ, ନାଗାର୍ଜୁନ ବେଶ ଅବକାଶ ବେଶ ଠାରୁ ଆରମ୍ଭ କରି କୃଷ୍ଣବଳରାମ ବେଶ ପର୍ଯ୍ୟନ୍ତ ଏମିତି ୩୨ ବେଶ କରାଯାଇଥାଏ । ଆଉ ଏହି ଅପୂର୍ବ ବେଶ ଦେଖି ଜଗନ୍ନାଥ ପ୍ରେମୀ ନିଜକୁ ଧନ୍ୟ ମନେ କରୁଥିବାବେଳେ ଦୂରଦୂରାନ୍ତରୁ ଭକ୍ତଙ୍କ ଭିଡ ଜମୁଛି ।