ଓଡିଶା

odisha

ETV Bharat / state

ତିନିବର୍ଷ ଶିଶୁକୁ ଦୁଷ୍କର୍ମ କଲା ସତୁରୀ ବର୍ଷୀୟ ବୃଦ୍ଧ

ଦୁନିଆକୁ ବୁଝିବା ପୂର୍ବରୁ ଦୁଷ୍କର୍ମର ଶିକାର । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ବହଳଦା ଥାନା ଅଞ୍ଚଳରେ । ତିନି ବର୍ଷର ଶିଶୁକନ୍ୟାକୁ ସତୁରୀ ବର୍ଷର ଜଣେ ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ।

By

Published : Oct 7, 2019, 10:46 PM IST

ଫଟୋ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ଶନିବାର ଘଟିଛି ଏପରି ଲଜ୍ଜାଜନକ ଘଟଣା । ବହଳଦା ଥାନା ଅଞ୍ଚଳରେ ତିନି ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ।

ତିନିବର୍ଷର ଶିଶୁ କନ୍ୟାକୁ ସତୁରୀ ବର୍ଷ ବୃଦ୍ଧର ଦୁଷ୍କର୍ମ
ସୂଚନା ଅନୁଯାୟୀ ଶିଶୁକନ୍ୟାଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଘରକୁ ଡାକି ନେଇଥିଲା ସେହି ଗ୍ରାମର ସତୁରୀ ବର୍ଷର ବୃଦ୍ଧ ଝାବୋ ନାଏକ । ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପିଲାଟି କାନ୍ଦିବାରୁ ଗ୍ରାମବାସୀ ଦେଖିଥିଲେ । କିନ୍ତୁ ଘଟଣା ପରେ ଅଭିଯୁକ୍ତ ବୃଦ୍ଧ ଫେରାର ହୋଇଯାଇଥିଲା । ପରିବାର ଲୋକ ବହଳଦା ଥାନାରେ ଅଭିଯୋଗ କରିଛନ୍ତି । ପରେ ପୋଲିସ ବୃଦ୍ଧ ଜଣଙ୍କୁ ଥାନାରେ ଅଟକ ରଖିବା ସହ ତଦନ୍ତ ଜାରି ରଖିଥିଲା । ଏପଟେ ସୋମବାର ଝାବୋ ନାଏକ ବିରୁଦ୍ଧରେ ପୋଲିସ ପୋକସୋ ଆଇନ ଅନୁଯାୟୀ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ବାରିପଦା ପୋକସୋ କୋର୍ଟକୁ ଚାଲାଣ କରିଛି ବହଳଦା ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details