ଓଡିଶା

odisha

ETV Bharat / state

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, 3 ଗ୍ରାମକୁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ - 3 villages of mayurbhanj shut down

ଶନିବାର ଗୋଟିଏ ଦିନରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକରେ 10 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ତିନୋଟି ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ଗୋଷ୍ଠୀ ସଂକ୍ରମଣ ଆଶଙ୍କା,  3 ଗ୍ରାମକୁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ
ଗୋଷ୍ଠୀ ସଂକ୍ରମଣ ଆଶଙ୍କା, 3 ଗ୍ରାମକୁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

By

Published : Aug 8, 2020, 9:38 PM IST

ରାଇରଙ୍ଗପୁର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କ୍ରମାଗତ ଭାବରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଶନିବାର ଗୋଟିଏ ଦିନରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକରେ 10 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ତିନୋଟି ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେରେକେରା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ଏହି ସଟଡାଉନ ଘୋଷଣା କରିଛନ୍ତି।

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, 3 ଗ୍ରାମକୁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ

ତେବେ ତିନୋଟି ଗ୍ରାମକୁ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ସେପଟେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ପ୍ରଶାସନ। କରଞ୍ଜିଆ ବ୍ଲକର 10 ଜଣ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେରେକେରା ଗ୍ରାମପଞ୍ଚାୟତର 5 ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ଏହାପରେ କେରେକେରା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ଝୁନୁରାଣୀ ନାୟକ ଉକ୍ତ ପଞ୍ଚାୟତର ଦୁମ୍ବୀସାହି, ରାମଚନ୍ଦ୍ରପୁର ଓ ନେଡୁଆପାଳ ଗ୍ରାମକୁ 72 ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି । ତେବେ ସ୍ବାସ୍ଥ୍ୟକାଳୀନ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details