ଓଡିଶା

odisha

ମୟୂରଭଞ୍ଜରେ ଆଉ ୩ କୋରୋନା ପଜିଟିଭ

By

Published : May 21, 2020, 3:01 PM IST

ଜିଲ୍ଲାରେ ପୁଣି ୩ ଜଣ କୋରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା 14କୁ ବୃଦ୍ଧି ।

maurbhanja covide-19 news
ମୟୁରଭଞ୍ଜ କୋରୋନା ଅପଡେଟ

ବାରିପଦା: ଜିଲ୍ଲାରେ ପୁଣି ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ କୋରୋନା ପଜିଟିଭଙ୍କ ସଂଖ୍ୟା ୧୧ ଥିବା ବେଳେ ଆଉ ୩ ଜଣଙ୍କୁ ମିଶାଇ ସଂଖ୍ୟା ୧୪ ରେ ପହଞ୍ଚିଛି। ସମସ୍ତ କୋରୋନା ପିଜିଟିଭ କ୍ବାରେଣ୍ଟାଇନ ସେଣ୍ଟର ରେ ଥିଲେ। ଚିହ୍ନଟ ହୋଇଥିବା ୩ଜଣ କରୋନା ପଜିଟିଭିଙ୍କ ମଧ୍ୟରୁ ୨ ଜଣ ବାରିପଦା ତକତପୁର କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଅନ୍ୟ ଜଣେ ଠାକୁରମୁଣ୍ଡା କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ ।

ମୟୁରଭଞ୍ଜ କୋରୋନା ଅପଡେଟ

ବାରିପଦାରୁ ଚିହ୍ନଟ ହୋଇଥିବା କୋରୋନା ପଜିଟିଭ ଦୁଇ ଜଣ ହେଉଛନ୍ତି ମହିଳା, ସେମାନେ ଆନ୍ଧ୍ରପ୍ରଦେଶ ପୁଟ୍ଟପତ୍ତି ସତ୍ୟସାଇ ମନ୍ଦିରକୁ ଯାଇଥିବା ବେଳେ କିଛି ଦିନ ତଳେ ଫେରି ବାରିପଦା କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଅନ୍ୟପଟେ ଜିଲ୍ଲାରେ ଚିହ୍ନଟ ହୋଇଥିବା ତିନିଜଣ କୋରୋନା ପିଜିଟିଭଙ୍କୁ ବାରିପଦା ବାଙ୍କୀଷୋଳ କିମସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ଚିହ୍ନଟ ୧୪ ଜଣ ପଜିଟିଭଙ୍କ ମଧ୍ୟରୁ ୭ଜଣ ସୁସ୍ଥ ହୋଇଥିବା ବେଳେ ଆଜିର ୩ ଚିହ୍ନଟଙ୍କୁ ମିଶାଇ ମୋଟ ୭ ଜଣ ଆକ୍ଟିଭ ତଥା ଚିକିତ୍ସାଧୀନ ଅଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details