ଓଡିଶା

odisha

ETV Bharat / state

ସଟଡାଉନରେ ଝରକା କାଟି ବ୍ୟାଙ୍କ ଶାଖାରୁ ୩ ଲକ୍ଷ ଚୋରି, ତଦନ୍ତ ଆରମ୍ଭ - from bank

ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାନାରା ବ୍ୟାଙ୍କ ଶାଖାରୁ ୩ ଲକ୍ଷ ଚୋରି । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ....

ଝରକା କାଟି ବ୍ୟାଙ୍କ ଶାଖାରୁ ୩ ଲକ୍ଷ ଚୋରି, ତଦନ୍ତ ଆରମ୍ଭ
ଝରକା କାଟି ବ୍ୟାଙ୍କ ଶାଖାରୁ ୩ ଲକ୍ଷ ଚୋରି, ତଦନ୍ତ ଆରମ୍ଭ

By

Published : Jul 26, 2021, 10:34 PM IST

ରାଇରଙ୍ଗପୁର :ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାନାରା ବ୍ୟାଙ୍କ ଅଁଳାଯୋଡି ଶାଖାରେ ଗତକାଲି ବିଳମ୍ବିତ ରାତିରେ ୩ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନର ସୁଯୋଗ ନେଇ ବ୍ୟାଙ୍କ ଶାଖାର ପଛ କାନ୍ଥରେ ଥିବା ଲୁହା ଝରକା ତାଡ଼ି ଚୋରି ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି । ତେବେ ଶନିବାର ଓ ରବିବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିଥିବାବେଳେ କେବେ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ଝରକା କାଟି ବ୍ୟାଙ୍କ ଶାଖାରୁ ୩ ଲକ୍ଷ ଚୋରି, ତଦନ୍ତ ଆରମ୍ଭ

ବ୍ୟାଙ୍କରେ ଥିବା ସିସିଟିଭି ଡିଭିଆରକୁ ଦୁର୍ବୃତ୍ତମାନେ ନେଇ ଯାଇଥିବାବେଳେ ଲକରକୁ ଗ୍ୟାସ କଟରରେ କାଟି ପାଖାପାଖି ୩ ଲକ୍ଷ ଟଙ୍କା ଚୋରି କରି ନେଇ ଖସି ପଳାଇ ଯାଇଛନ୍ତି । ତେବେ ଆଜି ବ୍ୟାଙ୍କ କର୍ମଚାରୀମାନେ ଚୋରି ସମ୍ପର୍କରେ ଜାଣିବା ପରେ ବହଳଦା ଥାନାକୁ ଅବଗତ କରାଇଥିଲେ । ପରେ ସ୍ଥାନୀୟ ପୋଲିସ ସହ ରାଇରଙ୍ଗପୁର ଏସଡିପିଓ, ଏଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ମଧ୍ୟ ଡକାଯାଇଛି ।

ଘଟଣାସ୍ଥଳରୁ ଲକର୍ କାଟିବା ପାଇଁ ବ୍ୟବହୃତ ଗ୍ୟାସ କଟର୍, ଲୁହା ଶାବଳ, ହାତୁଡି, ଏଲପିଜି ସିଲିଣ୍ଡର, ଅକ୍ସିଜେନ ସିଲିଣ୍ଡର ପ୍ରଭୃତି ଜବତ କରାଯାଇଥିଲା। ସେପଟେ ଜନଶୂନ୍ୟ ସ୍ଥାନରେ ବ୍ୟାଙ୍କଟି ରହିଥିବାବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କର ସୁରକ୍ଷା ପାଇଁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିବା ମଧ୍ୟ ସାମ୍ନାକୁ ଆସିଛି । ବ୍ୟାଙ୍କର ଲକରରେ ପାଖାପାଖି ୧୦ ଲକ୍ଷ ଟଙ୍କା ଥିବାବେଳେ ୩ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏହି ଘଟଣାରେ ଘଟଣାରେ ପେସାଦାର ଅପରାଧିମାନଙ୍କ ସଂପୃକ୍ତି ଥିବା ରାଇରଙ୍ଗପୁର ଏଏସପି ମନୋରଞ୍ଜନ ବିଶ୍ବାଳ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details