ଓଡିଶା

odisha

ETV Bharat / state

ଥାନା ଆଗରୁ ୩ ଛେଳି ଉଠାଇ ନେଲେ ଦୁର୍ବୃତ୍ତ - mayurbhanj goat loot

ପୋଲିସକୁ ଚ୍ୟାଲେଞ୍ଜ ଦେଇ ଘରେ ପଶି ଲୁଟ ଉଦ୍ୟମ । କିଛି ନପାଇ ଶେଷରେ ତିନୋଟି ଛେଳି ଉଠାଇ ନେଇ ପଳାଇଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ପୋଲିସ ଆଖି ସାମ୍ନାରୁ ୩ଟି ଛେଳି ଉଠାଇ ନେଲା ଦୁର୍ବୃତ୍ତ
ପୋଲିସ ଆଖି ସାମ୍ନାରୁ ୩ଟି ଛେଳି ଉଠାଇ ନେଲା ଦୁର୍ବୃତ୍ତ

By

Published : Oct 18, 2021, 10:53 PM IST

ରାଇରଙ୍ଗପୁର: ଗତ କିଛି ଦିନ ପୂର୍ବରୁ ଜଣେ ବଳଦ ବ୍ୟବସାୟୀ ପାଖରୁ ଲକ୍ଷାଧିକ ଟଙ୍କା ଲୁଟ ପରେ ପୁଣି ତିନି ଜଣ ଦୁର୍ବୃତ୍ତ ଲୁଟ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ଅଧରାତିରେ ପଶି କିଛି ନପାଇ ଶେଷରେ ତିନିଟି ଛେଳିକୁ ଉଠାଇ ନେଇଥିବାର ଘଟଣା ସାମ୍ନାକୁ ଆସିଛି ।

ପୋଲିସ ଆଖି ସାମ୍ନାରୁ ୩ଟି ଛେଳି ଉଠାଇ ନେଲା ଦୁର୍ବୃତ୍ତ

ତେବେ ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଠାରୁ ମାତ୍ର ୨ରୁ ୩ଶହ ମିଟର ଦୂରରେ ଥିବା ପୁଷ୍ପବତୀ ମହାନ୍ତଙ୍କ ଘରୁ । ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଏକ କାର ଯୋଗେ ଆସି ଚୋରି କରିବାକୁ ଘରେ ପଶୁଥିବାର CCTV ଫୁଟେଜରୁ ସ୍ପଷ୍ଟ ହୋଇଛି। ତେବେ କିଛି ନପାଇ ଶେଷରେ ଛେଳି ଗୁହାଳରେ ପଶି ୩ଟି ଛେଳି ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।

ଗତ ୧୫ ତାରିଖରେ ଜନୈକ ମହିଳାଙ୍କୁ ଗଣଦୁଷ୍କର୍ମ କରି ମୁର୍ମୂଷ ଅବସ୍ଥାରେ ଦୁର୍ବୃତ୍ତ ମାନେ ଛାଡି ଚାଲିଯାଇଥିବା ବେଳେ ଉକ୍ତ ଘଟଣାର ତଦନ୍ତ ପାଇଁ ପୂର୍ବାଞ୍ଚଳ ଆଇଜି ସମେତ ତିନି ଜଣ ଡିଏସପି ଏବଂ ପାଞ୍ଚ ଜଣ ଥାନା ଅଧିକାରୀ ଲାଗି ପଡ଼ିଥିଲେ। ଏହି ଘଟଣା ପରେ ପୋଲିସ ରାତି ତମାମ ପାଟ୍ରୋଲିଂ କରୁଥିଲେ ବି ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ସେହି ଅଞ୍ଚଳରେ ଘରେ ପଶି ଏପରି ଚୋରି କରୁଛନ୍ତି ଦୁର୍ବୃତ୍ତ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details