ରାଇରଙ୍ଗପୁର:ତିନି ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ପଦ ଅଳଙ୍କୃତ କରିବା ପରେ ଏହା ତାଙ୍କର ଦ୍ବିତୀୟ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ତେବେ ରାଷ୍ଟ୍ରପତି ତଥା ନିଜ ମାଟିର ଝିଅଙ୍କ ସ୍ବାଗତ ପାଇଁ ଜିଲ୍ଲାରେ ଜୋରଦାର ପ୍ରସ୍ତୁତି କରାଯାଇଛି । ସମଗ୍ର ମୟୁରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି । ଏହି 3 ଦିନିଆ ଗସ୍ତରେ ମୟୂରଭଞ୍ଜରେ ରହିବା ସହ ବିଭିନ୍ନ ସମ୍ମିଳନୀରେ ନିଜକୁ ସାମିଲ କରିବେ ରାଷ୍ଟ୍ରପତି ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମଗ୍ର ମୟୁରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି। ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ମୟୂରଭଞ୍ଜରେ ରହିବା ପରେ ବୁଧବାର ଦିନ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ତେବେ ପ୍ରଥମେ ଦିଲ୍ଲୀ ସ୍ଥିତ ପାଲାମ ଏୟାରପୋର୍ଟରୁ ଉଡାଜାହାଜ ଯୋଗେ ପଶ୍ଚିମବଙ୍ଗରର କୋଳେଇକୁଣ୍ଡା ବାୟୁସେନାର ଏୟାରବେସରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି। ଏହାପରେ ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ବାରିପଦାର ରିଜର୍ଭ ପୋଲିସ ପଡିଆର ଅସ୍ଥାୟୀ ହେଲିପ୍ୟାଡରେ ୧୦:୫୫ରେ ପହଞ୍ଚିଛନ୍ତି । ସେଠାରେ ରାଜ୍ୟପାଳ ରଘୁବର ଦାସ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ବାହାରି ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ୩୬ତମ ସର୍ବ ଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀ ଓ ସାହିତ୍ୟ ମହୋତ୍ସବ କାର୍ଯ୍ୟକ୍ରମରେ ୧୧ଟା ୨୫ରେ ଯୋଗ ଦେଇଛନ୍ତି ।