ଓଡିଶା

odisha

ETV Bharat / state

ଗାଁ ଦାଣ୍ଡରେ ସ୍ୱାମୀ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ତିନି ଭାଇ - 3 brothers killed a couple in village street

ମୟୂରଭଞ୍ଜ ଜିଲ୍ଲା କାଶିଆ ଗ୍ରାମରେ ଅଭାବନୀୟ ଘଟଣା । ସଂଘବଦ୍ଧ ଭାବେ ସ୍ବାମୀ ଓ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ତିନି ଭାଇ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ଏବଂ ଅନ୍ୟ ଜଣେ ଫେରାର ହୋଇଥିବା ଜଣା ପଡ଼ିଛି । ଅଧିକ ପଢନ୍ତୁ...

3 brothers killed a couple in village street
ଗାଁ ଦାଣ୍ଡରେ ସ୍ୱାମୀ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ତିନି ଭାଇ

By

Published : May 14, 2020, 2:13 PM IST

ରାଇରଙ୍ଗପୁର: ସଂଘବଦ୍ଧ ଭାବେ ସ୍ବାମୀ ଓ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ତିନି ଭାଇ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନ କାଶିଆ ଗ୍ରାମରେ । ସୂଚନା ଅନୁଯାୟୀ ଗତକାଲି କୌଣସି କାରଣରୁ କାଶିଆ ଗ୍ରାମର ତିନି ଭାଇ କରୁଣାକର ନାଏକ, ଶ୍ରୀକାନ୍ତ ନାଏକ ଓ ମିଶ୍ର ନାଏକ ସେହି ଗ୍ରାମର ଅନାମ ନାଏକ ନାମକ ଯୁବକ ଏବଂ ତାଙ୍କ ସ୍ତ୍ରୀ ବିଟି ନାଏକଙ୍କୁ ଗାଁ ଦାଣ୍ତରେ ଗୋଡ଼ାଇ ଗୋଡ଼ାଇ ଏକ କୋଦାଳ ସାହାଯ୍ୟରେ ହାଣିଥିଲେ। ଯାହା ଫଳରେ ଘଟଣାସ୍ଥଳରେ ଅନାମ ନାଏକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗାଁ ଦାଣ୍ଡରେ ସ୍ୱାମୀ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ତିନି ଭାଇ

ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସମାନ୍ୟ କାଠ କଟାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ମୁଖ୍ୟ ଅଭିଯୁକ୍ତ କରୁଣାକର ନାଏକ ଓ ତାଙ୍କ ଭାଇ ଶ୍ରୀକାନ୍ତ ନାଏକ ସିଙ୍ଗଡ଼ା ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଜଣେ ଭାଇ ମିଶ୍ର ନାଏକ ଫେରାର ଥିବା ଜଣାପଡ଼ିଛି।

ଆତ୍ମସମର୍ପଣ କରିଥିବା ଦୁଇ ଭାଇଙ୍କୁ ଆଜି କରଞ୍ଜିଆ କୋର୍ଟ ଚାଲାଣ କରାଯିବ ବୋଲି ରରୁଆଁ ଥାନା ଅଧିକାରୀ ଦିବ୍ୟକାନ୍ତି ଲାକ୍ରା ସୂଚନା ଦେଇଛନ୍ତି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details