ଓଡିଶା

odisha

By

Published : Nov 15, 2019, 9:30 PM IST

ETV Bharat / state

ସୁନାଚେନ ଚୋରି ମାମଲା: 2 ଲୁଟେରା ସମେତ ବ୍ୟବସାୟୀ ଗିରଫ

ଦୁଇ ଚେନ ଲୁଟେରା ଓ ଚୋରା ସୁନା କିଣୁଥିବା ଜଣେ ଗହଣା ଦୋକାନୀକୁ ମୟୂରଭଞ୍ଜ ପୋଲିସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଦୁଇ ଚେନ ଲୁଟେରା ଓ ଚୋରା ସୁନା କିଣୁଥିବା ଜଣେ ଗହଣା ଦୋକାନୀକୁ ମୟୂରଭଞ୍ଜ ପୋଲିସ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ରବୀନ୍ଦ୍ର ନାୟକ ଏବଂ ଦୀପକ ଜେନା । ଗିରଫ ଲୁଟେରାମାନେ ନଭେମ୍ବର ୫ ତାରିଖ ଉଦଳା ଚେନଲୁଟ ଘଟଣାରେ ସଂପୃକ୍ତ ରହିଥିବା ଏସପି ସୂଚନା ଦେଇଛନ୍ତି । ସୁନା ବ୍ୟବସାୟୀଙ୍କ ଦୋକାନରୁ ୮୪୩ ଗ୍ରାମର ସୁନା ଅଳଙ୍କାର ସହିତ ଲୁଟେରାଙ୍କ ଠାରୁ ଏକ ପଲସର ବାଇକ ପୋଲିସ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନା ଅନୁସାରେ, ଚଳିତ ମାସ ୫ ତାରିଖରେ ଉଦଳା ଅଞ୍ଚଳରୁ ଶକୁନ୍ତଳା ନାମ୍ନୀ ଜଣେ ମହିଳାଙ୍କ ଠାରୁ ଦୁଇଜଣ ଲୁଟେରା ତାଙ୍କ ବେକରୁ ସୁନା ଚେନ ଲୁଟିନେଇ ପଳେଇ ଯାଇଥିଲେ। ଏ ବାବଦରେ ଉଦଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଏହାପରେ ପୋଲିସ ତଦନ୍ତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ସୁନା କିଣୁଥିବା ଅଭିଯୋଗରେ ବସ୍ତା ଅଞ୍ଚଳର ଦୀପକ ଜୁଏଲରୀର ମାଲିକ ଦୀପକ ରଣାକୁ ମଧ୍ୟ ପୋଲିସ ଗିରଫ କରିଛି । ଲୁଟେରାଙ୍କ ନାମରେ ପୂର୍ବରୁ ଉଦଳା, ବେତନଟୀ, ବାରିପଦା ଏବଂ ସୋର ଥାନାରେ ୧୫ଟି ମାମଲା ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details