ଓଡିଶା

odisha

ETV Bharat / state

ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ବହୁ ଚର୍ଚ୍ଚିତ ରାଇରଙ୍ଗପୁର ଗଣଦୁଷ୍କର୍ମ ପୀଡିତା ଅଧ୍ୟାପିକାଙ୍କ ଆତହତ୍ୟା ଘଟଣା । ଆଉ 2ଜଣକୁ ଗିରଫ କରିଛି ପୋଲିସ । ଏହା ପୂର୍ବରୁ 4ଜଣକୁ ଗିରଫ କରାଯାଇଥିବାବେଳେ କୋର୍ଟ ଚାଲାଣ କରିଛି ରାଇରଙ୍ଗପୁର ଟାଉନ ପୋଲିସ ।

By

Published : Dec 13, 2019, 10:29 PM IST

2 arrested
ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର: ବହୁ ଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ । ବର୍ତ୍ତମାନ 6 ଜଣକୁ ଗିରଫ କଲାଣି ପୋଲିସ । ଅଧ୍ୟାପିକାଙ୍କୁ ବାରମ୍ବାର ଫୋନ କରି ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଏହି ଦୁଇ ଜଣକୁ ଗିରଫ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନାର ନିକଟସ୍ଥ ଜଣେ ଅଧ୍ୟାପିକାଙ୍କୁ ଦୁଷ୍କର୍ମ ହୋଇଥିବାବେଳେ ପରେ ସେ ଆତ୍ମହତ୍ୟା କରିଥିଲେ ।

ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଗିରଫ

ଏହି ଘଟଣାରେ ତଦନ୍ତ କରୁଥିବା ମୟୂରଭଞ୍ଜ ଏସପି ଏକ ବିଶେଷ ସୂତ୍ରରୁ ଖବର ପାଇ ଯାଜପୁର ରୋଡ ଷ୍ଟେସନରେ ଚଢାଉ କରିଥିଲେ । ଏହି ସମୟରେ ଉମାଦେଇପୁରର ଭାଉଜ ମିନ୍ମୟୀ ସାହୁ ଓ ଘସିପୁରାର ଶୈଳବାଳା ସାହୁଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ ହେବା ପରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଞ୍ଜନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ ଅନ୍ୟ ଦୁଇ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳକୁ ମଧ୍ୟ ଗିରଫ କରି ରାଇରଙ୍ଗପୁର ପୋଲିସ କୋର୍ଟ ଚାଲାଣ କରିଥିଲେ।

ଗତ 8ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶିବ ନାରାୟଣପୁର ଗାଁର ରାଜେଶ କୁମାର ସାହୁଙ୍କୁ ଗିରଫ କରିଛି ରାଇରଙ୍ଗପୁର ଟାଉନ ପୋଲିସ । ତେବେ ରାଇରଙ୍ଗପୁରର ବହୁ ଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details