ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ପୁଣି ୨୪ କୋରୋନା ଆକ୍ରାନ୍ତ ଚିହ୍ନଟ - ମୟୂରଭଞ୍ଜରେ ପୁଣି ୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ପୁଣି ୨୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ। ୧୩୬୨୨ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଅଧିକ ପଢନ୍ତୁ...

ମୟୂରଭଞ୍ଜରେ ପୁଣି ୨୪ କୋରୋନା ଆକ୍ରାନ୍ତ ଚିହ୍ନଟ
ମୟୂରଭଞ୍ଜରେ ପୁଣି ୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Dec 17, 2020, 10:04 AM IST

ମୟୂରଭଞ୍ଜ: ଜିଲ୍ଲାରେ ଧୀରେ ଧୀରେ କମୁଛି କୋରୋନା ସଂକ୍ରମଣ। ବୁଧବାର ୨୪ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୨୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଯାହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୩୬୨୨ରେ ପହଞ୍ଚିଛି।

ତେବେ ଜିଲ୍ଲାରୁ ମୋଟ ୧୩୪୦୪ ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ୧୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୂରଭଞ୍ଜ ଜିଲ୍ଲା ଷଷ୍ଠ ସ୍ଥାନରେ ରହିଛି । ସରକାରୀ ରିପୋର୍ଟ ଅନୁଯାୟୀ ଜିଲ୍ଲାରୁ ମୋଟ ମୃତ୍ୟୁ ସଂଖ୍ୟା ୮୭କୁ ବୃଦ୍ଧି ହୋଇଛି। ତେବେ ସଂକ୍ରମିତଙ୍କ ସଂଖ୍ୟାରେ ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି।

ମୟୂରଭଞ୍ଜରେ ପୁଣି ୨୪ କୋରୋନା ଆକ୍ରାନ୍ତ ଚିହ୍ନଟ

ବୁଧବାର ଚିହ୍ନଟ ୨୪ ଜଣ ଆକ୍ରାନ୍ତ ହୋମ ଆଇସୋଲେସନ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details