ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ରବିବାର ପୁଣି 22 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 552ରେ ପହଞ୍ଚିଛି । ଟ୍ବିଟ୍ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ରବିବାର ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୨ ଜଣଙ୍କ ମଧ୍ୟରୁ ୮ ଜଣ କ୍ବାରେନଣ୍ଟାଇନ ସେଣ୍ଟରର, ୧୨ ଜଣ ସ୍ଥାନୀୟ ଅଞ୍ଚଳରୁ ଏବଂ ତିନି ଜଣ କୋଭିଡ ଯୋଦ୍ଧା ଅଛନ୍ତି । ବାଙ୍ଗରିପୋଷି, ଜି ବି ନଗର, ଖୁଣ୍ଟା, ବାରିପଦା, ଉଦଳା, ବେତନଟୀ ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଥିବାବେଳେ କୁଳିଅଣା ବ୍ଲକରୁ 2 ଜଣ, ରାଇରଙ୍ଗପୁର, ଉଦଳା ବ୍ଲକରୁ 4 ଜଣ ଲେଖାଏଁ, କୁସୁମୀ ବ୍ଲକରୁ ୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ମୟୂରଭଞ୍ଜରେ ଚିହ୍ନଟ 22 ପଜିଟିଭଙ୍କ ତାଲିକାରେ 3 କୋଭିଡ ଯୋଦ୍ଧା ସାମିଲ ଚିହ୍ନଟଙ୍କ ମଧ୍ୟରୁ କର୍ଣ୍ଣାଟକରୁ 6 ଜଣ, ଗୁଜୁରାଟରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୨୨ ଜଣଙ୍କୁ ବାଙ୍କିସୋଲସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।
ପ୍ରକାଶ ଥାଉ କି, ମୟୂରଭଞ୍ଜରେ 552 ପଜିଟିଭଙ୍କ ମଧ୍ୟରୁ 406 ଜଣ ସୁସ୍ଥ ହୋଇଛନ୍ତି । 146 ଆକ୍ରାନ୍ତଙ୍କ ଚିକିତ୍ସା ଏବେ ବି ଜାରି ରହିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ