ବାରିପଦା: ଜିଲ୍ଲାରେ ପୁଣି ୨୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୫୮୧ରେ ପହଞ୍ଚିଛି। ଚିହ୍ନଟ ସମସ୍ତ ଆକ୍ରାନ୍ତ ହୋମ ଆଇସୋଲେସନ ଓ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେହିପରି ଜିଲ୍ଲାରେ ମୋଟ ୧୩ ହଜାର ୩୫୨ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪୧ ଜଣ କରୋନା ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସୂଚନା ରହିଛି ।
ମୟୂରଭଞ୍ଜରୁ ଆଉ 22 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - Mayurbhanj corona number
ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହେଲେ 22 ନୂଆ ଆକ୍ରାନ୍ତ । ପଢନ୍ତୁ ଅଧିକ.....
![ମୟୂରଭଞ୍ଜରୁ ଆଉ 22 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ମୟୁରଭଞ୍ଜରେ ଆଉ 22 ନୂଆ ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-9874294-thumbnail-3x2-mayur.jpg)
ମୟୁରଭଞ୍ଜରେ ଆଉ 22 ନୂଆ ଆକ୍ରାନ୍ତ ଚିହ୍ନଟ
ମୟୁରଭଞ୍ଜରେ ଆଉ 22 ନୂଆ ଆକ୍ରାନ୍ତ ଚିହ୍ନଟ
ଏହା ସହ ସଂକ୍ରମିତଙ୍କ ସଂଖ୍ୟା ଆଧାରରେ ମୟୂରଭଞ୍ଜ ଜିଲ୍ଲା ରାଜ୍ୟରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୮୫ କୁ ବୃଦ୍ଧି ହୋଇଛି । ତେବେ ସଂକ୍ରମିତଙ୍କ ସଂଖ୍ୟାରେ ଜିଲ୍ଲାର ସଦର ମହକୁମା ବାରିପଦାରେ ସର୍ବାଧିକ ରହିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି , ଇଟିଭି ଭାରତ