ବାରିପଦା:ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ । ନିଶାସକ୍ତ ଅବସ୍ଥାରେ 2 ଜଣ ପିଅନ ପରସ୍ପର ମଧ୍ୟରେ ମାଡଗୋଳ ହେବା ସହ କାର୍ଯ୍ୟାଳୟର କବାଟ ଝରକାକୁ ଭାଙ୍ଗିଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଏଭଳି କାଣ୍ଡ ଘଟାଇ ଥିବାବେଳେ ପୋଲିସ ସେହି ଦୁଇ ପିଅନଙ୍କୁ ଅଟକ ରଖିଛି।
ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ବାଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ବେଳେ, ଯଜ୍ଞେଶ୍ବର ଦାଶ ଏବଂ ବିରଞ୍ଚି ନାୟକ ମଦ୍ୟପାନ କରି ନିଜ ଭିତରେ ଗଣ୍ଡଗୋଳ କରିବା ସହ ଭଙ୍ଗାରୁଜା କରିଥିଲେ । ତେବେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଫେରିବା ପରେ ଏହି ଦୁଇ କର୍ମଚାରୀଙ୍କ ଏଭଳି କାଣ୍ଡ ଦେଖି ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଥିଲେ ।