ରାଇରଙ୍ଗପୁର: ବନ୍ଧୁକ ମୁନରେ ଜଣେ ବ୍ୟବସାୟୀଙ୍କଠାରୁ 15 ଲକ୍ଷ ଟଙ୍କା ଲୁଟ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଘାଗରବେଡା ଅଞ୍ଚଳରୁ ସାମ୍ନାକୁ ଆସିଛି ଏପରି ଘଟଣା ।
ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ 15 ଲକ୍ଷ ଲୁଟ - ରାଇରଙ୍ଗପୁର ଲୁଟ
![ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ 15 ଲକ୍ଷ ଲୁଟ ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ 15 ଲୁଟ](https://etvbharatimages.akamaized.net/etvbharat/prod-images/768-512-9554366-thumbnail-3x2-loot.jpg)
23:49 November 15
ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠାରୁ 15 ଲକ୍ଷ ଲୁଟ
ଅଭିଯୋଗ ଅନୁଯାୟୀ ରରୁଆଁ ଅଞ୍ଚଳର ଗ୍ରୋସରୀ ବ୍ୟବସାୟୀ ସୁନିଲ ସୁଲତାନିଆଙ୍କ ମ୍ୟାନେଜର ତପନ କୁମାର ପ୍ରଧାନ ପ୍ରତ୍ୟେକ ଦିନ ପରି ରବିବାର ମଧ୍ୟ ବିଭିନ୍ନ ଦୋକାନୀମାନଙ୍କଠାରୁ ବାକିଥିବା ଟଙ୍କା ସଂଗ୍ରହ କରି ଫେରୁଥିଲେ । ତେବେ ଦିନ ଦ୍ବିପହର ସମୟରେ ଘାଗରବେଡା ନିକଟରେ ତାଙ୍କ ପାଖରୁ ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ଦୋକାନୀମାନଙ୍କଠାରୁ ତପନ ବାକି ଟଙ୍କା ସଂଗ୍ରହ କରି ଗୋଟିଏ ଚାରି ଚକିଆ ଗାଡ଼ିରେ ଫେରୁଥିବା ସମୟରେ ଏକ ବାଇକରେ ତିନି ଜଣ ଯୁବକ ବନ୍ଧୁକ ଦେଖାଇ ତାଙ୍କ ପାଖରୁ ଟଙ୍କା ବ୍ୟାଗଟି ଛଡାଇ ନେଇ ଝାରଖଣ୍ଡ ଅଭିମୂଖେ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ତେବେ ବ୍ୟାଗରେ ୧୫ ଲକ୍ଷ ଟଙ୍କା ଥିଲା ବୋଲି ମ୍ୟାନେଜର ତପନ କୁମାର ପ୍ରଧାନ ଘାଗରବେଡା ଥାନାରେ ଏତଲା ଦେଇଛନ୍ତି । ଏନେଇ ଘାଗରବେଡା ଥାନାରେ ଏକ ଲୁଟ ମାମଲା ରୁଜୁ କରାଯାଇଥିବା ବେଳେ ଥାନା ଅଧିକାରୀ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ