ରାଇରଙ୍ଗପୁର: ଶିମିଳିପାଳ ଜାତୀୟ ଉଦ୍ୟାନରୁ ସ୍ବେଚ୍ଛାକୃତ ଭାବେ ସ୍ଥାନାନ୍ତର ହେଲେ ୧୧୦ ପରିବାର । ମୟୂରଭଞ୍ଜ ଜିଲ୍ଲା ଜଶିପୁର ବ୍ଲକ ଗୁରୁଗୁଡ଼ିଆ ଗ୍ରାମ ପଞ୍ଚାୟତ ଖେଜୁରୀ ଗ୍ରାମରୁ ଆଜି(ଶୁକ୍ରବାର) ୧୧୦ ପରିବାରଙ୍କୁ ଥଇଥାନ କରିଛି ବନବିଭାଗ । ସେମାନଙ୍କୁ ଠାକୁରମୁଣ୍ଡା ବ୍ଳକ ସାଲେଇବେଡା ଗ୍ରାମ ପୁନଃବସତି କଲୋନୀରେ ଥଇଥାନ କରାଯାଇଛି ।
ଶିମିଳିପାଳକୁ ଜାତୀୟ ଉଦ୍ୟାନ ଘୋଷଣା କରାଯିବା ପରେ ଶିମିଳିପାଳ ଭିତରେ ଥିବା ଗ୍ରାମ ଓ ସାହି ଗୁଡ଼ିକୁ ପୁନଃବସତି ଆଇନରେ ସାମିଲ କରିଛନ୍ତି। ପୁନଃବସତି ଆଇନ ଅନୁଯାୟୀ ସେମାନଙ୍କୁ ସମସ୍ତ ସରକାରୀ ସାହାଯ୍ୟ ଯୋଗାଇବା ସହିତ ପରିବାର ପିଛା ୧୦ଲକ୍ଷ ଟଙ୍କା, ବିଜୁ ପକ୍କାଘର, ପୈତୃକ ସମ୍ପତି ଥିଲେ ଏକର ପିଛା ଏକ ଲକ୍ଷ ଟଙ୍କାର ସହାୟତା ରାଶି ବନ ବିଭାଗ ପକ୍ଷରୁ ଯୋଗାଯାଉଛି । ଏହା ସହିତ ତିନି ମାସ ପର୍ଯ୍ୟନ୍ତ ପୁନଃବସତି ଅସ୍ଥାୟୀ ବସ୍ତି ବାସିନ୍ଦାଙ୍କୁ ମାଗଣାରେ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି ।