ବାରିପଦା: ଜିଲ୍ଲାରେ ଆଉ ୨ଟି ନୂତନ କରୋନା ଆକ୍ରାନ୍ତ ଚିହ୍ନଟ । ଏହି ରିପୋର୍ଟ ଆସିବା ପରେ ବର୍ତ୍ତମାନ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୧ ରେ ପହଞ୍ଚିଛି। ତେବେ ଦୁଇ ନୂଆ କୋରୋନା ଆକ୍ରାନ୍ତ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ସୁରଟ ଫେରନ୍ତା କପ୍ତିପଦା ପିଙ୍ଗୁ ଅଞ୍ଚଳର ଏବଂ ଅନ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବାରିପଦା ସହର ତକତପୁର ଅଞ୍ଚଳର ବୋଲି ଜଣାପଡିଛି। ଉଭୟଙ୍କୁ କଟକ ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଛି।
ମୟୂରଭଞ୍ଜରେ 11 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - କରୋନା ଅପଡେଟ
ରାଜ୍ୟରେ ବିସ୍ତାର କରୁଛି କାଳରୂପୀ କୋରୋନା । ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ଏହି ମହାମାରୀ । ଗତକାଲି ମୟୂରଭଞ୍ଜ ଜିଲ୍ଲାରେ 2 ଚିହ୍ନଟ ହେବା ପରେ ଏବେ ମୋଟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 11ରେ ପହଞ୍ଚିଛି ।

ମୟୂରଭଞ୍ଜରେ 11 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ମୟୂରଭଞ୍ଜରେ 11 ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଏହି ୧୧ ଆକ୍ରାନ୍ତଙ୍କ ମଧ୍ୟରୁ କପ୍ତିପଦା ପିଙ୍ଗୁ ଅଞ୍ଚଳର ୯ ଜଣ, ପୋଡାଡିହାରୁ ଜଣେ ଓ ଅନ୍ୟ ଜଣେ ବାରିପଦା ତକତପୁର ଅଞ୍ଚଳର । ୧୦ ଜଣ ସୁରଟ ଫେରନ୍ତା ଓ ଅନ୍ୟ ଜଣେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି। ତେବେ ପ୍ରଥମ ଥର ପାଇଁ ବାରିପଦା ସହରରୁ କୋରୋନା ପଜିଟିଭ ଚିହ୍ନଟ ପରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସମସ୍ତ କୋରୋନା ପିଜିଟିଭ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବାରୁ ଭୟଭୀତ ହେବାର ନାହିଁ ବୋଲି ଜିଲ୍ଲା ପ୍ରଶାସନ କହିଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ