ଓଡିଶା

odisha

ETV Bharat / state

ଦିନରେ ନୁହେଁ ରାତିରେ ହେଲା ମାଟ୍ରିକ୍‌ ପରୀକ୍ଷା - 10th board exam

ଦିନ 1.3୦ ମିନିଟରେ ହେବାକୁ ଥିବା ପରୀକ୍ଷା ସନ୍ଧ୍ୟା 5 ଟା ପରେ ହେଉଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦିନବେଳା ହେବା ପରିବର୍ତ୍ତେ ସନ୍ଧ୍ୟା ପରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।

10th-board-exam-held-in-evening-at-rairangpur
ଦିନରେ ନୁହେଁ ରାତିରେ ହେଲା ମାଟ୍ରିକ୍‌ ପରୀକ୍ଷା

By

Published : Feb 20, 2020, 3:47 AM IST

ରାଇରଙ୍ଗପୁର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଅଧିନରେ ପରିଚାଳିତ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ ନିୟନ୍ତ୍ରଣରେ ଆରମ୍ଭ ହୋଇଛି ମୁକ୍ତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପାଇଁ ମ୍ୟାଟ୍ରିକ ପରୀକ୍ଷା । ତେବେ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଥିବାବେଳେ ରାତିରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ ।

ଦିନରେ ନୁହେଁ ରାତିରେ ହେଲା ମାଟ୍ରିକ୍‌ ପରୀକ୍ଷା

ପୁଣି ସାମ୍ନାକୁ ଆସିଲା ମାଧ୍ୟମିକ ଶିକ୍ଷା ପରିଷଦର ଅବହେଳା । ଦିନ ୧.୩୦ ମିନିଟରେ ହେବାକୁ ଥିବା ପରୀକ୍ଷା ସନ୍ଧ୍ୟା ୫ଟା ପରେ ହେଉଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦିନବେଳା ହେବା ପରିବର୍ତ୍ତେ ସନ୍ଧ୍ୟା ପରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ପରୀକ୍ଷା ବିଳମ୍ବ ହେବା ପରେ ପରୀକ୍ଷାର୍ଥୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବିଜାତଳା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣିନଥିବା କହିଛନ୍ତି । ତେବେ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ନିଜ ଇଚ୍ଛାରେ ପରୀକ୍ଷା ଆରମ୍ଭ କରିଥିବା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପରୀକ୍ଷା ଦିନ ୪ଟାରେ ସରିବାକୁ ଥିବାବେଳେ ରାତି ୮.୩୦ ପର୍ଯ୍ୟନ୍ତ ଚାଲିଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details