ଓଡିଶା

odisha

ETV Bharat / state

ଅଲୋଡା ଶିଶୁକନ୍ୟା, ହସ୍ପିଟାଲ ବାରଣ୍ଡାରେ ଛାଡି ଚାଲିଗଲା ମା' - ବେତନଟୀ ପୋଲିସର ତଦନ୍ତ ଆରମ୍ଭ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ୧୦ ରୁ ୧୫ ଦିନର ଶିଶୁକନ୍ୟାକୁ ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଉଦ୍ଧାର କରାଯାଇଛି ।

baby resque
ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଉଦ୍ଧାର

By

Published : Dec 16, 2019, 9:01 PM IST

Updated : Dec 16, 2019, 11:37 PM IST

ବାରିପଦା: ପୁଣି ଅଲୋଡା ହେଲା ଶିଶୁକନ୍ୟା । ପୁଅ ଓ ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଥିଲେ ବି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିପାରୁନି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ୧୦ ରୁ ୧୫ ଦିନର ଶିଶୁକନ୍ୟାକୁ ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଉଦ୍ଧାର କରାଯାଇଛି ।

ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଉଦ୍ଧାର

କିଏ ଓ କାହିଁକି ଏହି ଶିଶୁକନ୍ୟାଟିକୁ ଡାକ୍ତରଖାନା ବାରଣ୍ଡାରେ ଛାଡି ଚାଲିଗଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ହସ୍ପିଟାଲ ବାରଣ୍ଡାରେ କାନ୍ଦୁଥିବା ବେଳେ ଶିଶୁଟି ନର୍ସଙ୍କ ନଜରରେ ପଡିଥିଲା । ତେବେ କିଏ ଶିଶୁକନ୍ୟାକୁ ଛାଡି ଯାଇଛି ଜଣାପଡି ନଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁକନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିଶୁଟି ସୁସ୍ଥଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଶିଶୁକନ୍ୟାକୁ ଉଦ୍ଧାର ପରେ ହସ୍ପିଟାଲରେ ବେତନଟୀ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ସୁଦ୍ଧା କିଏ ଓ କାହିଁକି ଶିଶୁକନ୍ୟାକୁ ହସ୍ପିଟାଲ ବାରଣ୍ଡାରେ ଛାଡ଼ି ଚାଲିଗଲା ଜଣାପଡି ନଥିବାବେଳେ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ ।

ତେବେ ଶିଶୁକନ୍ୟାକୁ ହସ୍ପିଟାଲ ବାରଣ୍ଡାରେ ଛାଡ଼ିଯିବା ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପକ୍ଷରେ ଶିଶୁକନ୍ୟାର ଅଧିକ ଚିକିତ୍ସା ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଏସଏନସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ଶିଶୁକନ୍ୟାର ରକ୍ଷଣା ବେକ୍ଷଣ ଦାୟିତ୍ବ ନେଇଛି ଜିଲ୍ଲା ସୁରକ୍ଷା ୟୁନିଟ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Dec 16, 2019, 11:37 PM IST

ABOUT THE AUTHOR

...view details