ଓଡିଶା

odisha

ETV Bharat / state

ରେଳ ବଜେଟରେ ମୟୂରଭଞ୍ଜକୁ 1000 ଟଙ୍କା, କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲା ବିଜେଡି - ରାଜରାସ୍ତାକୁ ଓହ୍ଲାଇଲେ ବିଜେଡି ନେତା

ମୟୂରଭଞ୍ଜକୁ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ବିଜେଡି ନେତା । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁରରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ
bjd protest in rairangpur

By

Published : Feb 14, 2023, 10:52 AM IST

ରେଳ ବଜେଟରେ ମୟୂରଭଞ୍ଜକୁ 1000 ଟଙ୍କା

ରାଇରଙ୍ଗପୁର: ରେଳବାଇ ବିକାଶ କ୍ଷେତ୍ରରେ ମୟୂରଭଞ୍ଜକୁ ଅବହେଳା ପ୍ରତିବାଦରେ ଗର୍ଜିଲେ ବିଜେଡିର ବରିଷ୍ଠ ନେତା । ଚଳିତ ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାକୁ ମାତ୍ର ୧୦୦୦ ଟଙ୍କା ଦେଇ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ କରାଯାଇଥିବା ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି ରାଇରଙ୍ଗପୁର ଉପଖଣ୍ଡର ବିଜେଡି ନେତା ଓ କର୍ମୀ । ଏନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମୟୂରଭଞ୍ଜ ପ୍ରତି ବୈମାତୃକ ମନୋଭାବ ପ୍ରତିବାଦରେ ବିଜେଡିର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ବାରମ୍ବାର ସର୍ଭେ ନାଁରେ ଜିଲ୍ଲାବାସୀଙ୍କୁ ଭୁଆଁ ବୁଲାଉଥିବା ବିଜେଡି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ରାଇରଙ୍ଗପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରୋଧ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁୁଖରେ ଶହ ଶହ ବିଜେଡି ନେତା ଧାରଣା ଦେବା ସହ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ବିଜେଡି କର୍ମୀ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଚୂରମାର ହୋଇଗଲା ବୈବାହିକ ଜୀବନ ସ୍ବପ୍ନ, ଟ୍ରାକ୍ଟର ଧକ୍କାରେ ଆଖି ବୁଜିଲେ ନବ ଦମ୍ପତି

ଏନେଇ ରାଜ୍ୟସଭା ସାଂସଦ ମମତା ମହାନ୍ତ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ରେଳ ବିକାଶ ତଥା ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୨୧ ନଭେମ୍ବର ୨୪ ତାରିଖରେ ଏକ ପତ୍ର ଲେଖିଥିଲେ । ଯେଉଁଥିରେ ବୁଢାମରା ଚାକୁଳିଆ, କେନ୍ଦୁଝର ବାଦାମପାହାଡ, ଗୋରୁମହିଷାଣୀ ବାଙ୍ଗିରିପୋଷି ରେଳପଥକୁ ପୂର୍ଣ୍ଣ ଅନୁଦାନ ଯୋଗାଇ ଦେବା ସହ ଦରକାରୀ ଜମି ମାଗଣାରେ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଚଳିତ ରେଳ ବଜେଟରେ ମୟୂରଭଞ୍ଜ ଜିଲ୍ଲାକୁ ମାତ୍ର ୧୦୦୦ ଟଙ୍କା ଦେଇ ସମ୍ପୂର୍ଣ୍ଣ ଭାବେ ଉପେକ୍ଷିତ କରାଯାଇ ମୟୂରଭଞ୍ଜବାସୀଙ୍କୁ ନିରାଶ କରିଛି । "

ଏହା ମଧ୍ୟ ପଢ଼ନ୍ତୁ:Unrest at Utkal University: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ BCJD ନେତାଙ୍କ ପ୍ରତିବାଦ

ରେଳ ବଜେଟରେ ମୟୂରଭଞ୍ଜକୁ ଉପେକ୍ଷା କରା ଯାଇଥିବା ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ । ତେବେ ଏହି ବିକ୍ଷୋଭ ପ୍ରଦର୍ଶନରେ ମୋରୋଡା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ ହାଁସଦା, ପୂର୍ବତନ ବିଧାୟକ ଭାଦବ ହାଁସଦା, କାଶୀନାଥ ହେମ୍ବ୍ରମଙ୍କ ସମେତ ବିଭିନ୍ନ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଏବଂ ବହୁ ନେତାକର୍ମୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details