ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ପୁଣି ୧୦ କୋରୋନା ପଜିଟିଭ ଚିହ୍ନଟ।ଏନେଇ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୧୦ ଜଣଙ୍କ ମଧ୍ୟରୁ ୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଦୁଇ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି।
କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ୧୦ ଜଣକ ମଧ୍ୟରୁ କରଞ୍ଜିଆ, ବିଶୋଇ, ଜଶିପୁର, ଶ୍ୟାମଖୁଣ୍ଟା, ସୁକୃଲି , ଉଦଳା, ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବଡ଼ସାହି ଓ ବାରିପଦା ସହରରୁ ଦୁଇ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଶନିବାର ଚିହ୍ନଟଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ଜଣେ , କର୍ଣ୍ଣାଟକରୁ ଜଣେ, ରାଜସ୍ଥାନରୁ ଜଣେ,ତ୍ରିପୁରାରୁ ଜଣେ, ତାମିଲନାଡ଼ୁ ରୁ ତିନି ଜଣ ଏବଂ ଗୁଜୁରାଟରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି। ଅନ୍ୟ ଦୁଇ ଜଣ ବାରିପଦା ସହରରୁ ଲୋକାଲ ଭାବେ ଚିହ୍ନଟ ହୋଇଛନ୍ତି। ତେବେ ଚିକିତ୍ସା ନିମନ୍ତେ ସମସ୍ତ ଦଶ ଜଣଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।